Latest Odisha News

କୁଚ ବିହାର ଟ୍ରଫିରେ ଇତିହାସ ରଚିଲେ ପ୍ରଖର ଚର୍ତୁବେଦୀ

ବାଙ୍ଗାଲୋର: କର୍ଣ୍ଣାଟକ ବ୍ୟାଟ୍ସମ୍ୟାନ ପ୍ରଖର ଚର୍ତୁବେଦୀ କୁଚ ବିହାର ଟ୍ରଫିରେ ଇତିହାସ ରଚିଛନ୍ତି । ସେ ମୁମ୍ବାଇ ବିପକ୍ଷ ଫାଇନାଲ ମ୍ୟାଚରେ ୪୦୪ ରନର ସ୍ମରଣୀୟ ଇନିଂସ ଖେଳି ଅପରାଜିତ ରହିଛନ୍ତି । ୧୯ ବର୍ଷରୁ କମ କ୍ରିକେଟରେ ସେ ପ୍ରଥମ ଖେଳାଳି ଭାବେ ଏହି ସଫଳତା ହାସଲ କରିଛନ୍ତି । ଚର୍ତୁବେଦୀ ୨୫ ବର୍ଷ ତଳର ଯୁବରାଜ ସିଂଙ୍କ ପୁରୁଣା ରେକର୍ଡ ଭଙ୍ଗ କରିଛନ୍ତି । ଯୁବରାଜ ୧୯୯୯ରେ ବିହାର ବିପକ୍ଷ ଏକ ମ୍ୟାଚରେ ୩୫୮ ରନ କରିଥିଲେ । ସେ ସମୟରେ ଏମଏସ ଧୋନୀ ବିହାର ଟିମ ପକ୍ଷରୁ ଖେଳୁଥିଲେ । ଶିବମୋଗେ କେଏସସିଏ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଖରଙ୍କ ଇନିଂସ ବଳରେ କର୍ଣ୍ଣାଟକ ପ୍ରଥମ ଇନିଂସରେ ୫୧୦ ରନର ଅଗ୍ରଣୀ ଭିତିରେ ମୁମ୍ବାଇକୁ ପଛରେ ପକାଇ ଟ୍ରଫି ହାତେଇଛି ।

ପ୍ରଖର ତାଙ୍କ ଇନିଂସରେ ୬୩୮ ବଲର ସମ୍ମୁଖୀନ ହୋଇ ୪୬ ଚୌକା ଓ ୩ଛକା ବଳରେ ୪୦୪ ରନ କରିଥିଲେ । ଏହି ମ୍ୟାଚରେ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ ୪୬ ବଲରେ ୨୨ ରନ କରିଥିବା ବେଳେ ୨ଟି ୱିକେଟ ନେଇଥିଲେ । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଆୟୂଷ ମାତ୍ରେଙ୍କ ୧୪୫ ରନ ସହାୟତାରେ ୩୮୦ ରନ କରିଥିଲା । ପ୍ରଖରଙ୍କ ୪୦୪ ରନ ଇନିଂସ ବଳରେ କର୍ଣ୍ଣାଟକ ୫୧୦ ରନ ସଂଗ୍ରହ କରିଥିଲା । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ କର୍ଣ୍ଣାଟକ ଚାମ୍ପିୟନ ହୋଇଥିଲା ।

Leave A Reply

Your email address will not be published.