Latest Odisha News

BREAKING NEWS

ରଣଜୀ ଟ୍ରଫି: ମଧ୍ୟପ୍ରଦେଶ ବିପକ୍ଷ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ହାସଲ କଲା ୩ ପଂଏଟ

ଭୁବନେଶ୍ୱର: ଓଡିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ଅନୁଷ୍ଠିତ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଡ୍ରରେ ସମାପ୍ତ ହୋଇଛି । ପ୍ରଥମ ଇନିଂସ ଅଗ୍ରଣୀ ଭିତିରେ ଓଡିଶା ୩ ପଂଏଟ ହାସଲ କରିଛି । ପ୍ରଥମ ଇନିଂସରେ ଶୁଭ୍ରାଂଶୁ ସେନାପତିଙ୍କ ଚମତ୍କାର ଦ୍ୱିଶତକ ବଳରେ ଓଡିଶା ୪୯୮ ରନ କରିଥିଲା । ଏହାର ଜବାବରେ ମଧ୍ୟପ୍ରଦେଶ ୩୧୮ ରନ କରି ଅଲଆଉଟ ହୋଇଥିଲା । ହର୍ଷ ଗୱାଲୀ ୧୬୭ ରନ କରି ଆଉଟ ହୋଇଥିଲେ । ଓଡିଶା ପକ୍ଷରୁ ସୁନୀଲ ରାଉଳ ୫ଟି, ଗୋବିନ୍ଦ ପୋଦ୍ଦାର ୨ଟି ଓ ପ୍ରୟାସ ସିଂ ୨ଟି ୱିକେଟ ଅକ୍ତିଆର କରିଥିଲେ । ଫଲୋଅନ ହେବା ପରେ ମଧ୍ୟପ୍ରଦେଶ ତାର ଦ୍ୱିତୀୟ ଇନିଂସରେ ୪ ୱିକେଟ ବିନିମୟରେ ୨୯୧ ରନ କରି ଇନିଂସ ଘୋଷଣା କରିଥିଲା । ହିମାଂଶୁ ମନ୍ତ୍ରୀ ୧୧୯ ଓ ୟଶ ଦୁବେ ୯୧ ରନ କରିଥିଲେ ।

ଓଡିଶା ସମ୍ମୁଖରେ ୧୦ ଓଭରରେ ୧୧୨ ରନର ବିଜୟ ଲକ୍ଷ୍ୟ ରହିଥିଲା । ଜବାବରେ ଓcଡିଶା ୧ ୱିକେଟ ହରାଇ ୩୮ ରନ ସଂଗ୍ରହ କରିବା ଫଳରେ ମ୍ୟାଚ ଡ୍ରରେ ସମାପ୍ତ ହୋଇଥିଲା । ଶୁଭ୍ରାଂଶୁ ୩୩ ରନ କରି ଅପରାଜିତ ଥିଲେ । ଓଡିଶା ତାର ପରର୍ବତୀ ମ୍ୟାଚରେ ଜମ୍ମୁ ଏବଂ କଶ୍ମୀରକୁ ୧୯ ତାରିଖରେ କଟକରେ ଭେଟିବ । ଗ୍ରୁପ ଡିରେ ଓଡିଶା ୩ ପଂଏଟ ସହ ୫ମ ଏବଂ ମଧ୍ୟପ୍ରଦେଶ ୪ ପଂଏଟ ସହ ୪ର୍ଥ ସ୍ଥାନରେ ରହିଛି ।

Leave A Reply

Your email address will not be published.