Latest Odisha News

BREAKING NEWS

ଲଭ୍‌ରେ ନୂଆ ଛୁଙ୍କ ଦେବ ‘କଫି ସପ୍‌’ ଫିଲ୍ମ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ପ୍ରେକ୍ଷାଳୟକୁ ଆସୁଛି ‘କଫି ସପ୍‌’ ଫିଲ୍ମ । ପୁଣି ପରଦାରେ ଓଡ଼ିଆ ଦର୍ଶକ ଦେଖିବେ ଲଭ୍‌ ଓ ଏଣ୍ଟରଟେନମେଣ୍ଟର ତଡ଼କା  । ରୌଦ୍ରୀ ଟେଲି ଆର୍ଟ ପ୍ରାଇଭେଟ ଲିମିଟେଡ ବ୍ୟାନରରେ ଏହି ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି  । ଏହି ଚଳଚ୍ଚିତ୍ରରେ ନାୟକ ଏବଂ ନାୟିକାଙ୍କ ଜବରଦସ୍ତ ଲଭ୍‌ ରୋମାନ୍ସ ଦେଖିବାକୁ ପାଇବେ । ଗୋଟିଏ କଫି ସପ୍‌ରୁ ଆରମ୍ଭ ହୋଇଛି ଏହି ପ୍ରେମ କାହାଣୀ  । ଗୋଟିଏ କଫି ସପ୍‌ରେ ନାୟକ ନାୟିକା ପରସ୍ପରକୁ ପ୍ରଥମ ଥର ପାଇଁ ଭେଟିଥିଲେ  । ଆଉ ଦୁହିଁଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପ୍ରେମ  । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ଧୀରେ ଧୀରେ ବଢ଼ିବାରେ ଲାଗିବ  ।

ଦୁହିଁଙ୍କ ପ୍ରେମ କାହାଣୀକୁ ଆଧାର କରି ସୁଟିଂ ହୋଇଛି ଏହି ଫିଲ୍ମ । ପ୍ରେମ କାହାଣୀ ସହ ଅନେକ ଟ୍ବିଷ୍ଟ ଦେଖିବେ ଦର୍ଶକ । ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମନରେ ଭରି ରହିଛି ଉତ୍କଣ୍ଠା  । ତେବେ ଏହି ‘କଫି ସପ୍’ ଫିଲ୍ମରେ ଅଭିଷେକ ଗିରି ନାୟକ ଭାବେ ଭୂମିକା ନିର୍ବାହ କରିଥିବା ବେଳେ ନାୟିକା ପ୍ରକୃତି ମିଶ୍ରଙ୍କୁ ଦେଖିବାକୁ ପାଇବେ । ଫିଲ୍ମରେ ଚୌଧୁରୀ ଜୟ ପ୍ରକାଶ ଦାସ, ଧରିତ୍ରୀ ଖଣ୍ଡୁଆଳ, ରାଜେଶଙ୍କ ଭଳି ବଡ଼ ବଡ଼ ଅଭିନେତାଙ୍କୁ ମଧ୍ୟ ଦେଖିବାକୁ ପାଇବେ  । ଏହି ଫିଲ୍ମକୁ ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁ ଏବଂ ପ୍ରଯୋଜକ ଆଶିଷ କୁମାର ସିହ୍ନା ପରିଚାଳନା କରିଥିବା ବେଳେ ଇଭେଣ୍ଟ ପାର୍ଟନର ରହିଛନ୍ତି ଅମରେଶ  ।

ତେବେ ଏହି ଫିଲ୍ମରେ ଅଭିଜିତ ମଜୁନ୍ଦର ଗୀତ ଗାଇଥିବାବେଳେ ନିର୍ମଳ ନାୟକ ଲିରିକ୍ସ ଦେଇଛନ୍ତି  । ଫିଲ୍ମରେ ଦର୍ଶକ ଭରପୂର ମଜା ଉଠାଇବେ ଆାଶା ରଖିଛନ୍ତି ନାୟିକା ପ୍ରକୃତି ମିଶ୍ର  । ଚଳଚ୍ଚିତ୍ର ‘କଫିସଫ୍‌’ର ରିଲିଜ ନେଇ  ଭୁବନେଶ୍ୱରର ଏମ୍ପାୟାର ହୋଟେଲରେ ପ୍ରେସମିଟ କରି ଗଣମାଧ୍ୟମ ସୂଚନା ଦିଆଯାଇଛି  ।

Leave A Reply

Your email address will not be published.