Latest Odisha News

ଟାଇଗରଙ୍କ ସହ ପ୍ରକୃତି

ମୁମ୍ବାଇ: ବଲିଉଡ ଟାଇଗର, ବାଗୀ ତଥା ହିରୋପନ୍ତୀ ଟାଇଗର ଶ୍ରଫଙ୍କ ସହ ଓଡିଆ ଅଭିନେତ୍ରୀ ପ୍ରକୃତି ମିଶ୍ର । ସୋସିଆଲ ମିଡିଆରେ ଭାଇରାଲ ହେଉଛି ବାଗୀ ବୟଙ୍କ ସହ ପ୍ରକୃତିଙ୍କ ଫଟୋ । ତେବେ ପ୍ରକୃତି ମିଶ୍ର ଟାଇଗର ଶ୍ରଫଙ୍କ ସହ କୌଣସି ଫିଲ୍ମରେ ଅଭିନୟ କରୁନାହାଁନ୍ତି । ଏହି ଫୋଟ ପଛରେ ରହିଛି ଟାଇଗରଙ୍କ ଦମଦାର ବଡି ଓ ଜିମ୍ ଟ୍ରେନିଂ ପଛର କାହାଣୀ ।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋରେ ଟାଇଗରଙ୍କ ସହ ଏକାଠି ନଜର ଆସିଛନ୍ତି ପ୍ରକୃତି ମିଶ୍ର । ଏଥିସହ କିଛି ଭିଡିଓ ବି ଭାଇରାଲ ହେଉଛି । ଭିଡିଓରେ ହାର୍ଡକୋର ଟ୍ରେନିଂ ନେଉଛନ୍ତି ପ୍ରକୃତି । ଆଉ ଟ୍ରେନର ଅର୍ଥାତ୍ ପ୍ରଶିକ୍ଷକ ହେଉଛନ୍ତି ମୁମ୍ବାଇର ବିକ୍ରମ ସ୍ୱାଇଁ । ବିକ୍ରମ ହେଉଛନ୍ତି ଟାଇଗର ଶ୍ରଫଙ୍କ ବ୍ୟକ୍ତିଗତ ଟ୍ରେନର । ଓଡିଶାର ବିକ୍ରମ ସ୍ୱାଇଁ ଟାଇଗରଙ୍କୁ ଟ୍ରେନିଂ ଦେବା ସହ ତାଙ୍କର ଭଲ ବନ୍ଧୁ । ପ୍ରକୃତି ମିଶ୍ର ଏବେ ବିକ୍ରମ ସ୍ୱାଇଁଙ୍କ ଠାରୁ ପ୍ରଶିକ୍ଷଣ ନେଉଛନ୍ତି ।

Leave A Reply

Your email address will not be published.