Latest Odisha News

BREAKING NEWS

ଆସନ୍ତାକାଲି ଶରଦ ପୂର୍ଣ୍ଣିମା; ଜାଣନ୍ତୁ, ଏହିଦିନର ମହତ୍ତ୍ୱ

ଭୁବନେଶ୍ୱର: ଆସନ୍ତାକାଲି ଶରଦ ପୂର୍ଣ୍ଣିମା। ଆଶ୍ୱିନ ମାସ ଶୁକ୍ଲ ପକ୍ଷର ପୂର୍ଣ୍ମିମାକୁ ଶରଦ ପୂର୍ଣ୍ଣିମା କୁହାଯାଏ । ଜ୍ୟୋତିଷଶାସ୍ତ୍ର ଅନୁସାରେ ସାରା ବର୍ଷରେ କେବଳ ଏହି ଦିନ ଚନ୍ଦ୍ର ୧୬ କଳାରେ ପୂର୍ଣ୍ଣ ହୋଇଥାଏ ଏବଂ ଏଥିରୁ ବାହାରୁଥିବା କିରଣ ରାତ୍ରିରେ ଅମୃତ ବର୍ଷା କରିଥାଏ ।

ପୌରାଣିକ କଥା ଅନୁଯାୟୀ, ଏହି ଦିନ ଭଗବାନ କୃଷ୍ଣ ମହାରାସ ରଚନା ପ୍ରାରମ୍ଭ କରିଥାନ୍ତି । ଗୋପୀଙ୍କ ଅନୁରାଗଙ୍କୁ ଦେଖି ଭଗବାନ କୃଷ୍ଣ ଏହି ଦିନରେ ଚନ୍ଦ୍ରକୁ ମହାରାସ ସଙ୍କେତ ଦେଇଥିଲେ । ଚନ୍ଦ୍ର ଭଗବାନ କୃଷ୍ଣଙ୍କ ସଙ୍କେତ ବୁଝିବା ମାତ୍ରେ ନିଜ ଶୀତଳ କିରଣରେ ପ୍ରକୃତିକୁ ଆଚ୍ଛାଦିତ କରିଦେଲେ ଏବଂ ସେହି କିରଣ ଭଗବାନ କୃଷ୍ଣଙ୍କ ଚେହେରାରେ ସୁନ୍ଦର ରୋଲି ଭଳି ଲାଲ୍ ଭରିହୋଇଗଲା ।

ଅନେକ ଯୋଗୀ, ମୁନି, ମହର୍ଷି ଓ ଅନ୍ୟ ଭକ୍ତ ଗୋପୀଙ୍କ ରୂପେ କୃଷ୍ଣଲୀଳା ରୂପୀ ମହାରାସରେ ମୋହିତ ହୋଇଗଲେ । କୃଷ୍ଣ ଓ ଗୋପୀଙ୍କ ମଧ୍ୟରେ ଅଦ୍ଭୁତ ପ୍ରେମ ଦେଖି ଚନ୍ଦ୍ର ନିଜ ସୌମମୟ କିରଣରୁ ଅମୃତ ବର୍ଷା ଆରମ୍ଭ କରିଦେଲେ ଯେଉଁଥିରେ ହଜି ଯାଇ ଗୋପୀମାନେ ଅମରତ୍ୱ ପ୍ରାପ୍ତ କଲେ ଏବଂ ଭଗବାନ କୃଷ୍ଣଙ୍କ ଅମର ପ୍ରେମରେ ଭାଗୀଦାର ହେଲେ ।

ବିଶ୍ୱାସ ରହିଛି ଶରଦ ପୂର୍ଣ୍ଣିମା ରାତିରେ କ୍ଷୀରି ପ୍ରସ୍ତୁତ କରି ଚନ୍ଦ୍ର କିରଣରେ ରଖାଯାଏ । ଚନ୍ଦ୍ରର କିରଣ କ୍ଷୀରିରେ ପଡିବା ଫଳରେ ଏହା ଅମୃତ ସମାନ ଗୁଣକାରୀ ହୋଇଥାଏ ।

Leave A Reply

Your email address will not be published.