Latest Odisha News

BREAKING NEWS

ଦଶରଥପୁର ଗସ୍ତରେ ବାଚସ୍ପତି ପ୍ରମିଳା ମଲ୍ଲିକ, ୩ଟି ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପର କଲେ ଉଦଘାଟନ

ଯାଜପୁର: ଦଶରଥପୁର ବ୍ଲକ ଗସ୍ତରେ ବାଚସ୍ପତି ପ୍ରମିଳା ମଲ୍ଲିକ। ପ୍ରଥମେ ବ୍ଲକ ଅନ୍ତର୍ଗତ ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ୧୫ଟି ପଞ୍ଚାୟତବାସୀ ଅସନପୁର ପଞ୍ଚାୟତସ୍ଥିତ ରଙ୍ଗସପଡିଆ ଠାରେ ଏକତ୍ରିତ ହୋଇ ବାଚସ୍ପତିଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପରେ ଏକ ବିଶାଳ ବାଇକ ଶୋଭାଯାତ୍ରା କରି ବିଭିନ୍ନ ପଞ୍ଚାୟତ ବୁଲିଲେ।

ଏଥିସହ ବିରିପଟା, ଥାଲକୁଡ଼ି ଓ ନିଜାମପୁର ପଞ୍ଚାୟତରେ ୩ ଗୋଟି ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ନୀନାରାଣୀ ସାମଲ, ମାମିନା ମଲିକ, ବିଧାୟିକାଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତିଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.