Latest Odisha News

BREAKING NEWS

ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି, କାରଣ ଲୋକ ତାଙ୍କୁ ଭଲ ପାଆନ୍ତି: ପ୍ରମିଳା ମଲ୍ଲିକ

ଭୁବନେଶ୍ଵର: ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ନିଷ୍ପତ୍ତି ପ୍ରସଙ୍ଗ । ବିଜେପିକୁ ଟାର୍ଗେଟ୍‌ କଲେ ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି, କାରଣ ଲୋକ ତାଙ୍କୁ ଭଲ ପାଆନ୍ତି । ଏପରି ଅପମାନ କରିବା ସରକାରଙ୍କ ଠିକ୍‌ ନୁହେଁ । ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା ବିଜେପି । ବିଜୁଙ୍କୁ ଅପମାନ କରିବା କ’ଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା ।

ତେବେ ପଞ୍ଚାୟତରାଜ ଦିବସ ଏପ୍ରିଲ ୨୪ରେ ପାଳନ ହେବାକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ପ୍ରମିଳା। ପ୍ରମିଳା କହିଛନ୍ତି, ବିଜେପି ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଲା । ହେଲେ ବିଜୁ ପଟ୍ଟନାୟକ ଓଡ଼ିଆ ଅସ୍ମିତାର ସମ୍ମାନ ବୃଦ୍ଧି କରିଥିଲେ । ଅନ୍ତର୍ଜାତୀୟ ସ୍ତରରେ ସେ ଓଡ଼ିଶା ପାଇଁ ସୁନାମ ଆଣିଥିଲେ। ସେ ଅନୁଭବ କରିଥିଲେ ମହିଳା ରାଜନୀତିକୁ ଆସିବା ଦରକାର। ସେଥିପାଇଁ ସେ ୧୯୯୩ ମସିହାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ। ସେବେ ଠାରୁ ପଞ୍ଚାୟତିରାଜ ସୁଦୃଢ ହୋଇଛି। ତେଣୁ ବିଜୁ ବାବୁଙ୍କ ଜନ୍ମଦିନକୁ ପଞ୍ଚାୟତିରାଜ ଦିବସ ପାଳନ ହେଉଥିଲା। ବିଜୁ ବାବୁଙ୍କ ନାଁକୁ ସେମାନେ ଡରୁଛନ୍ତି । କାରଣ ଲୋକ ତାଙ୍କୁ ଭଲ ପାଆନ୍ତି। ଏପରି ଅପମାନ କରିବା ସରକାରର ଠିକ ନୁହେଁ ବୋଲି କହିଛନ୍ତି ପ୍ରମିଳା ମଲ୍ଲିକ ।

ପ୍ରମିଳା ଆହୁରି କହିଛନ୍ତି ଯେ, କଂଗ୍ରେସ ପଞ୍ଚାୟତିରାଜ ଦିବସ ପାଳନ କରୁଥିଲା ମାର୍ଚ୍ଚ -୫ ରେ। ହେଲେ ବିଜେପି ଯେପରି ଅସମ୍ମାନ କଲା, ତାହା କଣ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ପ୍ରମିଳା । ଏଥିରୁ ଜଣା ପଡୁଛି ମହାପୁରୁଷଙ୍କୁ ଏହି ସରକାର କେତେ ସମ୍ମାନ କରନ୍ତି । ବିଜେଡି ଆସନ୍ତାକାଲି ଶଙ୍ଖ ଭବନରେ ବିଜୁ ଜୟନ୍ତୀ ପାଳନ କରିବ। ସବୁ ନିର୍ବାଚନ ମଣ୍ଡଳୀରେ ବି ପାଳନ ହେବ। ସକାଳେ ହସ୍ପିଟାଲରେ ଫଳ ବଣ୍ଟନ ଓ ବିଜୁ ବାବୁଙ୍କ ଅବଦାନ ବିଷୟରେ ଆଲୋଚନା ହେବ ବୋଲି ସ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସୂଚନା ଦେଇଛନ୍ତି।

Comments are closed.