Latest Odisha News

ପାରା ୱାର୍ଲ୍ଡ ବ୍ୟାଡମିଂଟନ: ସିଙ୍ଗଲ୍ସ, ଡବଲ୍ସ ସେମିରେ ଓଡିଶାର ପ୍ରମୋଦ

ଟୋକିଓ: ଏଠାରେ ଚାଲିଥିବା ପାରା ବ୍ୟାଡମିଂଟନ ୱାର୍ଲ୍ଡ ଚାମ୍ପିୟନଶିପରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡିଶାର ପ୍ରମୋଦ ଭଗତ । ସେ ପୁରୁଷ ସିଙ୍ଗଲ୍ସ ଏବଂ ଡବଲ୍ସର ସେମିଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ଏସଏଲ୩ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ସେ ୟୁକ୍ରେନର ଓଲେକାନ୍ଦ୍ର ଚୁରକୋଭଙ୍କୁ ୨୧-୧୭ ଓ ୨୧-୧୯ରେ ପରାସ୍ତ କରିଥିଲେ । ସେମିରେ ସେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ଭେଟିବେ । ପୂର୍ବରୁ ସେ ଆଲବର୍ଟ ମାନ୍ୟୁଏଲ ପେରେଜ ଓ ୱିଲିୟମ ସ୍ମିଥଙ୍କୁ ପରାସ୍ତ କରି କ୍ୱାର୍ଟରରେ ପ୍ରବେଶ କରିଥିଲେ ।

ସେହିପରି ପୁରୁଷ ଡବଲ୍ସ କ୍ୱାର୍ଟର ଫାଇପାଲରେ ପ୍ରମୋଦ ଓ ମନୋଜ ସରକାର କୋରିଆର ଜୁ ଡୁଙ୍ଗଜାଏ ଓ ଶିନ କ୍ୟୁଙ୍ଗ ହ୍ୱାନ ଯୋଡିଙ୍କୁ ୨୧-୧୭, ୧୬-୨୧ ଓ ୨୧-୧୦ରେ ପରାସ୍ତ କରିଥିଲେ । ପରବର୍ତୀ ମୁକାବିଲାରେ ସେମାନେ ଫ୍ରେଂଚ ଯୋଡି ଗୁଲିଆମେ ଗେଲୀ ଓ ମାଥିଉ ଥମାସ ଯୋଡିଙ୍କୁ ଭେଟିବେ । ପାରା ଅଲିମ୍ପିକ୍ସ ସ୍ୱର୍ଣ୍ଣପଦକ ବିଜେତା ତଥା ବିଶ୍ୱ ଚାମ୍ପିୟନଶିପ ଟାଇଟଲ ହୋଲ୍ଡର ତାଙ୍କର ୨ଟି ଯାକ ମୁକାବିଲାରେ ପ୍ରଦର୍ଶନ ମାଧ୍ୟମରେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ ।

Leave A Reply

Your email address will not be published.