Latest Odisha News

BREAKING NEWS

ମନମୋହନ ସିଂହଙ୍କ ସ୍ମାରକୀକୁ ନେଇ କାହିଁକି କଂଗ୍ରେସ ଉପରେ ବର୍ଷିଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ଇହଲୀଳା ତ୍ଯାଗ କରିଛନ୍ତି।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ଯରେ କେନ୍ଦ୍ରର ମୋଦୀ ସରକାର ଦିଲ୍ଲୀରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ। କଂଗ୍ରେସର ରାଷ୍ଟ୍ରୀୟ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ମନମୋହନ ସିଂହଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଥିଲେ। ତେବେ ଖଡଗେଙ୍କ ପ୍ରସ୍ତାବକୁ ନେଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କ୍ଷୋଭ ପ୍ରକାଶ କରିଛନ୍ତି।

ସୋସିଆଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଶର୍ମିଷ୍ଠା ନିଜର ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି, ଯେତେବେଳେ ତାଙ୍କ ବାପା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା ସେତେବେଳେ କଂଗ୍ରେସ ସିଡବ୍ଲୁ୍ୟସି ଡାକି ଶୋକସଭା କରିବାକୁ ମଧ୍ଯ ଚେଷ୍ଟା କରିନଥିଲା। ଏପରିକି କଂଗ୍ରେସର ଜଣେ ବରିଷ୍ଠ ନେତା ମୋତେ କହିଥିଲେ ଯେ ରାଷ୍ଟ୍ରପତିଙ୍କ ପାଇଁ ଏଭଳି କରାଯାଏ ନାହିଁ।

ଅଧିକ ପଢନ୍ତୁ- ମିଳିଲା କେନ୍ଦ୍ର ଅନୁମତି: ବନିବ ମନମୋହନଙ୍କ ସ୍ମାରକୀ..ହେଲେ ଅଡିଛି କଂଗ୍ରେସ

ସେ ଆହୁରି ମଧ୍ୟ ଲେଖିଛନ୍ତି, ଏହା ସମ୍ପୂର୍ଣ୍ଣ ନିରର୍ଥକ। ମୁଁ ବାବାଙ୍କ ଡାଏରୀ ପଢି ଜାଣିଥିଲି ଯେ ପୂର୍ବତନ ରାଷ୍ଟ୍ରପତି କେ.ଆର ନାରାୟଣଙ୍କ ମୃତ୍ୟୁ ପରେ କିନ୍ତୁ ସିଡବ୍ଲୁ୍ୟସି ର ଏକ ଶୋକ ବୈଠକ ଡକାଯାଇଥିଲା। ଏପରିକି ମୋ ବାବା ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ଶୋକ ବାର୍ତ୍ତା ପ୍ରସ୍ତୁତ କରାଯାଇଥିଲା।

Comments are closed.