ମୁମ୍ବାଇ: ସ୍ୱାମୀଙ୍କ ପାଦ ଛୁଇଁ ପୂଜାର୍ଚ୍ଚନା କଲେ ସାଉଥ୍ ଅଭିନେତ୍ରୀ ପ୍ରଣିତା ସୁଭାଷ ଭୀମନା । ଅମାବାସ୍ୟାରେ ସେ ଏହି ପୂଜା କରିଛନ୍ତି । ପ୍ରଣିତା ନିଜେ ପୂଜା କରିବାର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ତାଙ୍କର ଏପରି ପୂଜା ଦେଖି ତାଙ୍କ ପ୍ରଶଂସକମାନେ ବେଶ୍ ପସନ୍ଦ କରିବା ସହ ପ୍ରଶଂସା ବି କରିଛନ୍ତି ।
ଭାଇରାଲ ଫଟୋରେ ଦେଖିବାକୁ ମିଳିଛି ଯେ, ପ୍ରଣିତା ତାଙ୍କ ସ୍ୱାମୀ ନିତିନ ରାଜୁଙ୍କ ପାଦରେ ଫୁଲ ଚନ୍ଦନ ଦେଇ ପୂଜା କରିଛନ୍ତି । ପରେ ଦୁଇ ହାତରେ ପାଦ ଛୁଇଁ ପ୍ରଣାମ କରୁଛନ୍ତି । ଏହି ସମୟରେ ପ୍ରଣିତା ଏକ ହଳଦିଆ ରଙ୍ଗର ଚୁଡ଼ିଦାର ପିନ୍ଧିଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ।
ଫଟୋର କ୍ୟାପସନରେ ସେ ଲେଖିଛନ୍ତି ଯେ, ମୁଁ ଭୀମନା ଅମାବାସ୍ୟାରେ ସ୍ୱାମୀଙ୍କ ପୂଜା କରିଛିି । ଆପଣମାନଙ୍କ ପାଇଁ ଏହା ଏକ ଶୋ ’ ହୋଇପାରେ । କିନ୍ତୁ ମୋ ପାଇଁ ଏହାର ଅର୍ଥ ବହୁତ । ସନାତନ ଧର୍ମରେ ଅଧିକାଂଶ ରୀତିନୀତିରେ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ ତାହା ପଛରେ ଏକ କାହାଣୀ ରହିଛି । ହିନ୍ଦୁ ରୀତିନୀତି ପିତୃସତ୍ତାତ୍ମକ ବୋଲି ଯୁକ୍ତି କରିବା ନିରର୍ଥକ । କାରଣ ଏହା ଅଳ୍ପ କେତେକ ବିଶ୍ୱାସ ମଧ୍ୟରୁ ଗୋଟିଏ, ଯେଉଁଠାରେ ଦେବତା ଏବଂ ଦେବୀଙ୍କୁ ସମାନ ଭାବରେ ପୂଜା କରାଯାଏ ।
୨୦୨୧ ମସିହାରେ ପ୍ରଣିତା ବ୍ୟବସାୟୀ ନିତିନ ରାଜୁଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଝିଅ ଅଛି । ସେ ସାଉଥ୍ ସହିତ ବଲିଉଡରେ ବି କାମ କରିଛନ୍ତି । ଗତ ବର୍ଷ ଏହି ପୂଜାର ଏକ ଫଟୋ ପ୍ରଣିତା ସୋସିଆଲ ମିଡ଼ିଆରେ ସେୟାର କରିଥିଲେ । ତାଙ୍କୁ ଅନେକ ସମାଲୋଚନା କରିଥିଲେ ।
Comments are closed.