Latest Odisha News

ଅଷ୍ଟ୍ରେଲିଆନ ଓପନ ବ୍ୟାଡମିଂଟନ: ଫାଇନାଲରେ ହାରିଲେ ପ୍ରଣୟ

ନୂଆଦିଲ୍ଲୀ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଏଚଏସ ପ୍ରଣୟ ଅଷ୍ଟ୍ରେଲିଆନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପରାଜିତ ହୋଇଛନ୍ତି । ଚୀନର ୱେଙ୍ଗ ହୋଙ୍ଗ ୱାଙ୍ଗଙ୍କ ନିକଟରୁ ସେ ୯-୨୧, ୨୧-୨୩ ଓ ୨୨-୨୦ରେ ହାରି ରନର୍ସଅପରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛନ୍ତି । ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୱେଙ୍ଗଙ୍କୁ ବିଜୟ ହାସଲ କରିବା ପାଇଁ ୧ ଘଂଟା ୩୦ ମିନିଟ ସମୟ ଲାଗିଥିଲା । ପ୍ରଥମ ଗେମରେ ପ୍ରଣୟ ସମ୍ପୂର୍ଣ୍ଣ ଏକତରଫା ବିଜୟ ହାସଲ କରିଥିଲେ । ମାତ୍ର ଏହା ପରେ ତାଙ୍କ ଚୀନ ପ୍ରତିଦ୍ୱନ୍ଦ୍ୱୀ କ୍ରମାଗତ ୨ଟି ଗେମରେ ବିଜୟ ହାସଲ କରି ମ୍ୟାଚକୁ ହାତେଇ ନେଇଥିଲେ ।

ପୂର୍ବରୁ ପ୍ରଣୟ ସେମିଫାଇନାଲରେ ନିଜ ଦେଶର ପ୍ରିୟାଂଶୁ ରାଜୱତଙ୍କୁ ପରାସ୍ତ କରି ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହୋଇଥିଲେ । ୱେଙ୍ଗ ଇଣ୍ଡୋନେସିଆର ଆନ୍ଥୋନୀ ସିନସୁକା ଗିଟିଂକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଚଳିତ ସିଜନରେ ପ୍ରଣୟ ଦ୍ୱିତୀୟ ଟାଇଟଲ ହାସଲ ଲକ୍ଷ୍ୟରେ ଥିଲେ ମଧ୍ୟ ନିରାଶ ହୋଇଛନ୍ତି ।

Comments are closed.