Latest Odisha News

BREAKING NEWS

ମାଲେସିଆ ମାଷ୍ଟର୍ସ ଟାଇଟଲ ଜିତି ଇତିହାସ ରଚିଲେ ପ୍ରଣୟ

ନୂଆଦିଲ୍ଲୀ: ମାଲେସିଆ ମାଷ୍ଟର୍ସ ବ୍ୟାଡମିଂଟନରେ ଭାରତର ଏଚଏସ ପ୍ରଣୟ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି । ପୁରୁଷ ସିଙ୍ଗଲ୍ସରେ ସେ ପ୍ରଥମ ଭାରତୀୟ ଭାବେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଫାଇନାଲରେ ପ୍ରଣୟ ଚୀନର ୱେଙ୍ଗ ହୋଙ୍ଗୟାଙ୍ଗଙ୍କୁ ୨୧-୧୯, ୧୩-୨୧ ଓ ୨୧-୧୮ରେ ପରାସ୍ତ କରିଥିଲେ । ସାଇନା ନେହ୍ୱାଲ, ପିଭି ସିନ୍ଧୁଙ୍କ ପରେ ସେ ତୃତୀୟ ଭାରତୀୟ ଭାବେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଶନିବାର ସେମିଫାଇନାଲ ମୁକାବିଲାରେ ପ୍ରଣୟଙ୍କୁ ୱାକଓଭର ମିଳିଥିଲା । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଇଣ୍ଡୋନେସିଆର କ୍ରିଷ୍ଟିଆନ ଆଦିନାତା ଆଘାତ ସମସ୍ୟା ଯୋଗୁ ଓହରି ଯାଇଥିଲେ ।

ମହିଳା ସିଙ୍ଗଲ୍ସରେ ପିଭି ସିନ୍ଧୁ ସେମିଫାଇନାଲରେ ହାରି ପ୍ରତିଯୋଗିତାରୁ ବିଦାୟ ନେଇଥିଲେ । ଲକ୍ଷ୍ୟ ସେନ ପ୍ରିକ୍ୱାର୍ଟରରେ, କିଦାମ୍ବି ଶ୍ରୀକାନ୍ତ କ୍ୱାର୍ଟର ଫାଇନାଲରେ ଓ ମାଲୱିକା ବନସୋଡ ରାଉଣ୍ଡ ଅଫ ୩୨ରୁ ବିଦାୟ ନେଇଥିଲେ । ଏହି ପ୍ରତିଯୋଗିତାରେ ବିଶ୍ୱର ୮୪ ଖେଳାଳି ଅଂଶଗ୍ରହଣ କରିଥିଲେ । ପ୍ରଣୟ ପ୍ରଥମ ମ୍ୟାଚରେ ଚାଇନିଜ ତାଇପେର ଟି ଚାଙ୍କୁ ଓ ପ୍ରିକ୍ୱାର୍ଟରରେ ଚୀନର ଲି ଶିଫେଙ୍ଗକୁ ପରାସ୍ତ କରିଥିଲେ । ସେହିପରି କ୍ୱାର୍ଟରରେ ସେ ଜାପାନର କେନ୍ତା ନିଶିମୋତାଙ୍କୁ ହରାଇଥିଲେ ।

Leave A Reply

Your email address will not be published.