Latest Odisha News

୨୦୨୪ ନିର୍ବାଚନ ପ୍ରସ୍ତୁତି, ଗୋଟିଏ ସ୍ଥାନରେ ୩ ବର୍ଷ ପୂରଣ କରିଥିବା କର୍ମଚାରୀଙ୍କ ତାଲିକା ମାଗିଲେ ସରକାର

ଭୁବନେଶ୍ୱର: ସାଧାରଣ ନିର୍ବାଚନକୁ ପାଖାପାଖି ବର୍ଷେ ବାକିଥିବା ବେଳେ ଆରମ୍ଭ ହୋଇଛି ପ୍ରସ୍ତୁତି । ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏକି ଚିଠି କରାଯାଇଛି ।

ଜିଲ୍ଲାରେ କାମ କରୁଥିବା କର୍ମଚାରୀଙ୍କ ତାଲିକା, ଯେଉଁମାନେ ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ପଦବୀରେ ଅଛନ୍ତି ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି, ମେ ୨୯ ତାରିଖ ସୁଦ୍ଧା ତାଲିକା ଜିଲ୍ଲାପାଳମାନେ ଦେବେ ।

ଓଏସ୍-ଏ(ଜେବି)/ଓଆରଏସ୍ ଗ୍ରୁପ୍ ବି ଅଧିକାରୀଙ୍କ ତାଲିକା ମେ ୨୯ ସୁଦ୍ଧା ଦେବାକୁ ପଡ଼ିବ । ଯେଉଁଥିରେ ଅଧିକାରୀ ନିଜ ଜିଲ୍ଲାରେ କେତେଦିନ ଧରି ଏବଂ ୩ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ପଦରେ ଥିବା ଅଧିକାରୀଙ୍କ ତଥ୍ୟ ଦେବାକୁ କୁହାଯାଇଛି ।

Leave A Reply

Your email address will not be published.