Latest Odisha News

BREAKING NEWS

ବିଶ୍ୱକପ ଟିକେଟ ବୁକିଂକୁ ସମାଲୋଚନା କଲେ ପୂର୍ବ କ୍ରିକେଟର ଭେଙ୍କେଟେଶ ପ୍ରସାଦ

ମୁମ୍ବାଇ: ଭାରତର ପୂର୍ବତନ ପେସ ବୋଲର ଭେଙ୍କେଟେଶ ପ୍ରସାଦ ବିଶ୍ୱକପ ଟିକେଟ ବୁକିଂ ପ୍ରୋସେସକୁ ଆଲୋଚନା କରିଛନ୍ତି । ଷ୍ଟାଡିୟମରେ ଆମକୁ ପ୍ରକୃତ କ୍ରିକେଟ ପ୍ରଶଂସକ ଦରକାର । ବିଶ୍ୱକପ ଆୟୋଜନ କରିବା ଦେଶ ପାଇଁ ଗର୍ବର ବିଷୟ । ଟିକେଟ ବିକ୍ରିରେ ପାରଦର୍ଶୀତା ଅବଲମ୍ବନ କରିବା ଜରୁରୀ ଥିଲା । ଏହା ନ ହେବାରୁ ଟିକେଟ ବ୍ଲାକ ମାର୍କେଟକୁ ପ୍ରଶୟ ଦେଲା । ସେ ଏ ନେଇ ବିସିସିଆଇ ମ୍ୟାନେଜମେଂଟକୁ କଡା ସମାଲୋଚନା କରିଛନ୍ତି । ଆରମ୍ଭରୁ ଆମେ ଅନେକ ଭୁଲ କରି ଆସିଲେଣି । କୌଣସି କାରଣ ନ ଥାଇ କାର୍ଯ୍ୟସୂଚୀ ପ୍ରକାଶରେ ବିଳମ୍ବ କରିବା । ଏହା ପରେ ୯ ମ୍ୟାଚର କାର୍ଯ୍ୟସୂଚୀରେ ପରିବର୍ତନ କରାଯିବା ଆଦୌ ଗ୍ରହଣୀୟ ନୁହେଁ ।

ପ୍ରଶଂସକମାନେ ଟିକେଟ କିଣିବାରେ ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଟିକେଟ ବିକ୍ରି ଏକ ସୁଚିନ୍ତତ ଯୋଜନା ନ ଥିଲା ତ ? ଆମକୁ ଏହା ବିରୋଧରେ ମୁହଁ ଖୋଲିବାକୁ ପଡିବ ବୋଲି ପ୍ରସାଦ କହିଛନ୍ତି । ସେହିପରି ଏସିଆ କପ କ୍ରିକେଟରେ କେବଳ ଭାରତ-ପାକିସ୍ତାନ ମ୍ୟାଚ ପାଇଁ ରିଜର୍ଭ ଡେ ରଖିବା ନିଷ୍ପତିକୁ ମଧ୍ୟ ସେ ବିରୋଧ କରିଛନ୍ତି । ସମସ୍ତ ଟିମ ପାଇଁ ସମାନ ନିୟମ ହେବା ଉଚିତ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.