ଭୁବନେଶ୍ୱର: ଖାଲି ପଡିଥିବା ୪ଟି ଆସନ ପାଇଁ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ତେବେ ଏଥର ମଧ୍ୟ ରାଜ୍ୟସଭା ରେସ୍ରୁ ବାଦ୍ ପଡିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ତାଙ୍କୁ ନିରାଶ ହେବକୁ ପଡିଛି । ଏହାକୁ ନେଇ ଡ.ପ୍ରସନ୍ନ ପାଟ୍ଟଶାଣୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମୁଁ ସ୍ୱୀକାର କରୁଛି । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ସେ କାହା କଥା ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ । ମୁଁ ଦଳର ଲୋକ, ଦଳରେ ଅଛି, ଦଳ ପାଇଁ କାମ କରିବି । ଲୋକମାନେ ମୋତେ ଭଲ ପାଆନ୍ତି, ସେମାନଙ୍କୁ ବାଧୁଛି । ହଠାତ୍ ନିଷ୍ପତ୍ତି ନେଇ ଦଳ ବିରୁଦ୍ଧରେ କହିବାରେ ମୁଁ ବିଶ୍ବାସ କରେ ନାହିଁ ବୋଲି ପ୍ରସନ୍ନ କହିଛନ୍ତି ।
ଟିକେଟ ନମିଳିବାରୁ ବାବା ପାଟ୍ଟଶାଣୀ ଦୁଃଖ ପ୍ରକାଶ କରିଛନ୍ତି । ସିଧାସଳଖ ଅସନ୍ତୋଷ ବ୍ୟକ୍ତ ନକଲେ ବି ପାଟ୍ଟଶାଣୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି କରନ୍ତି କିନ୍ତୁ ଏଥର କାହିଁକି ଏମିତି କଲେ । ହୁଏତ କିଛି ଭଲ ପାଇଁ ଚିନ୍ତା କରିଥିବେ । ନିର୍ବାଚନ ବେଳେ କେତେକ ନେତା ଟିକେଟ ନପାଇ ଦଳ ଛାଡ଼ିଲେ । ମୋତେ ଅନ୍ୟ ଦଳରୁ ପ୍ରସ୍ତାବ ଥିଲେ ମଧ୍ୟ ମୁଁ ଦଳ ଛାଡିନଥିଲି । ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ବାସ କରେନି ବୋଲି ସେ କହିଛନ୍ତି ।
BREAKING NEWS
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
Comments are closed.