ଭୁବନେଶ୍ୱର: ଖାଲି ପଡିଥିବା ୪ଟି ଆସନ ପାଇଁ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରିଛି । ତେବେ ଏଥର ମଧ୍ୟ ରାଜ୍ୟସଭା ରେସ୍ରୁ ବାଦ୍ ପଡିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ତାଙ୍କୁ ନିରାଶ ହେବକୁ ପଡିଛି । ଏହାକୁ ନେଇ ଡ.ପ୍ରସନ୍ନ ପାଟ୍ଟଶାଣୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମୁଁ ସ୍ୱୀକାର କରୁଛି । ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି ତାହା କରନ୍ତି । ସେ କାହା କଥା ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ । ମୁଁ ଦଳର ଲୋକ, ଦଳରେ ଅଛି, ଦଳ ପାଇଁ କାମ କରିବି । ଲୋକମାନେ ମୋତେ ଭଲ ପାଆନ୍ତି, ସେମାନଙ୍କୁ ବାଧୁଛି । ହଠାତ୍ ନିଷ୍ପତ୍ତି ନେଇ ଦଳ ବିରୁଦ୍ଧରେ କହିବାରେ ମୁଁ ବିଶ୍ବାସ କରେ ନାହିଁ ବୋଲି ପ୍ରସନ୍ନ କହିଛନ୍ତି ।
ଟିକେଟ ନମିଳିବାରୁ ବାବା ପାଟ୍ଟଶାଣୀ ଦୁଃଖ ପ୍ରକାଶ କରିଛନ୍ତି । ସିଧାସଳଖ ଅସନ୍ତୋଷ ବ୍ୟକ୍ତ ନକଲେ ବି ପାଟ୍ଟଶାଣୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି କରନ୍ତି କିନ୍ତୁ ଏଥର କାହିଁକି ଏମିତି କଲେ । ହୁଏତ କିଛି ଭଲ ପାଇଁ ଚିନ୍ତା କରିଥିବେ । ନିର୍ବାଚନ ବେଳେ କେତେକ ନେତା ଟିକେଟ ନପାଇ ଦଳ ଛାଡ଼ିଲେ । ମୋତେ ଅନ୍ୟ ଦଳରୁ ପ୍ରସ୍ତାବ ଥିଲେ ମଧ୍ୟ ମୁଁ ଦଳ ଛାଡିନଥିଲି । ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ବାସ କରେନି ବୋଲି ସେ କହିଛନ୍ତି ।
BREAKING NEWS
- Men’s Hockey India League 2026: ଘରୋଇ ଗ୍ରାଉଣ୍ଡରେ କଳିଙ୍ଗ ଲାନସର୍ସର ବୃହତ ବିଜୟ, ଟପ୍ -୪ରେ ସ୍ଥାନ କଲା ପକ୍କା
- Mahanadi Water Dispute: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି
- Cross-Border Arms Terror Module: ପାକିସ୍ତାନରୁ ପଠାଯାଇଥିବା ବିପୁଳ ଅସ୍ତ୍ରଶସ୍ତ୍ର ଉଦ୍ଧାର;କ୍ଷେତରେ ଲୁଚାଯାଇଥିଲା…
- ସସପେନ୍ସ ଭିତରେ ସସପେଣ୍ଡ୍…ହେଲେ କଳି ଗଲାଣି ବଳି
- Brown sugar Seized; ଚାଲିଥିଲା ବ୍ରାଉନସୁଗାର ଡିଲ୍; ମାଡ଼ି ବସିଲା ପୋଲିସ, ୨ ଗିରଫ
- ଇନ୍ଦୋରରେ ବ୍ୟାଟ୍ସମ୍ୟାନଙ୍କ ଭୂସ୍ୱର୍ଗରେ ଟିମ ଇଣ୍ଡିଆ ପଲା ଭାରୀ
- Phulbani Accident: ଦୁର୍ଘଟଣାରେ ଜଳିଗଲା ଅଟୋ-କାର୍;ଜଣେ ଜୀବନ୍ତ ଦଗ୍ଧ,ଗୁରୁତର ମେଡିକାଲ୍ରେ …
- ଖଣ୍ଡଗିରି ମେଳା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି; ଲାଗିବ ୧୦୦ ସିସିଟିଭି, ରହିବ ବ୍ୟାପକ ପୋଲିସ ବ୍ୟବସ୍ଥା
- ମ୍ୟାଚ ଜିତାଇବ ବୋଲି କହି ଫସିଲେ ତାନ୍ତ୍ରିକ: ଟିମ ହାରିଲା ଦେଲେ ୩୬ ଲକ୍ଷ
- ଶିବ ମନ୍ଦିର ଭିତରୁ ପୂଜକଙ୍କ ମୃତଦେହ ଉଦ୍ଧାର
Comments are closed.