Latest Odisha News

ଚିଲିକା ବିଧାୟକ ବିଜେଡିରେ ନାହାନ୍ତି, ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ : ସସ୍ମିତ ପାତ୍ର

ଭୁବନେଶ୍ୱର : ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେଡିରେ ନାହାନ୍ତି । ବାଣପୁରରେ ବିଜେପି କର୍ମୀଙ୍କୁ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ଗାଡି ମଡାଇବା ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଆମେ ସ୍ପଷ୍ଟ କରୁଛୁ କି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ ବିଜେଡିରେ ନାହାନ୍ତି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଟାନ ହେଉ ।ଏହି ଘଟଣାରେ ବିଜେଡିକୁ ପୁରାଇବାକୁ ଚେଷ୍ଟା କରାଯାଉଛି ।

ଏଭଳି ଏକ ଘଟଣାକୁ ନେଇ ରାଜନୀତି କରାନଯାଉ । ବିଜେପି ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ସମ୍ବିତ ପାତ୍ର ଟାର୍ଗେଟ କରି କହିଛନ୍ତି ଯେ ବିଜେପି ଶାସିତ ଅଞ୍ଚଳରେ ପୂର୍ବରୁ ମଧ୍ୟ ବାଣପୁର ଭଳି ସାମାନ୍ୟ ଘଟଣା ଘଟିଥିଲା । ବିଜେପି ସମାନ ଘଟଣାକୁ ନେଇ ସମାନ ପ୍ରତିକ୍ରିୟା ରଖୁ ବୋଲି ସସ୍ମିତ ପାତ୍ର କହିଛନ୍ତି । ଏବେ କାହିଁକି ବିଜେପି ଦୋମୁହାଁ ଆଭିମୁଖ୍ୟ ଗ୍ରହଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ସମ୍ବିତ ପାତ୍ର ।

ଏହା ପୂର୍ବରୁ ପିନାକୀ ମିଶ୍ର ମଧ୍ୟ ଏ ପ୍ରସଙ୍ଗରେ ପ୍ରତିକ୍ରିୟା ଦେଇସାରିଛନ୍ତି । ସେ କହିଥିଲେ ଦଳରୁ ଯଦି କୌଣସି ବାକ୍ତି ସମ୍ବିଧାନ ଅନୁସାରେ ୩ ମାସ ଧରି ନିଲମ୍ବିତ ହୁଅନ୍ତି । ତେବେ ତାହା ବହିସ୍କାର ଅଟେ ।

Comments are closed.