ପାଟନା: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଜେଡିୟୁୁରୁ ବିଦା ହେବା ପରେ ଖୁଲମଖୁଳା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚ୍ୟାଲେଂଜ କରିଛନ୍ତି । ବିହାର ନିର୍ବାଚନ ପୂର୍ବରୁ ଆଜି ପ୍ରଶାନ୍ତ କିଶୋର ଏକ ସମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମ୍ମିଳନୀରେ ସେ ‘ବାତ୍ ବିହାର କି’ ନାମକ ଏକ ଅଭିଯାନ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି । ଆସନ୍ତା ୨୦ରୁ ଏହି ଅଭିଯାନ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିହାର ପାଇଁ କାମ କରିବେ ଓ ବିହାରକୁ ଦେଶର ଟପ୍-୧୦ ରାଜ୍ୟ ମଧ୍ୟରେ ସାମିଲ କରିବେ ବୋଲି କହିଛନ୍ତି ।
ଏଥିସହ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବେଶ୍ ସମାଲୋଚନା ମଧ୍ୟ କରିଛନ୍ତି । ନୀତିଶଙ୍କ ବିକାଶ ମଡେଲ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ବିହାର ୨୦୦୫ ମସିହାରେ ସବୁଠାରୁ ଗରିବ ରାଜ୍ୟ ଥିଲା, ଆଜି ମଧ୍ୟ ତାହା ଅଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ତୁଳନାରେ ଏହି ରାଜ୍ୟ କେତେ ଉନ୍ନତି କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଶହେ ଦିନ ଧରି ସେ ବିହାର ବୁଲିବେ ଏବଂ ନୀତିଶ କୁମାରଙ୍କ କୁଶାସନ ବାବଦରେ ଲୋକଙ୍କୁ ସଚେତନ କରାଇବେ । ବିହରରେ ବିକାଶ ଚାହୁଁଥିବା ଯୁବବର୍ଗଙ୍କୁ ‘ବାତ୍ ବିହାର କି’ ଅଭିଯାନରେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି ପ୍ରଶାନ୍ତ କିଶୋର ।
BREAKING NEWS
- ଜଳିଗଲା ୨୦ରୁ ଅଧିକ ବାଇକ୍,ପୋଲିସ କରିଥିଲା ସିଜ୍
- ରେଳଷ୍ଟେସନରୁ ୫ ଆନ୍ତଃରାଜ୍ୟ ଚାଲାଣକାରୀ ଗିରଫ,ଗଞ୍ଜେଇ ଜବତ
- ଉଦୟଗିରିରେ ଅର୍ନ୍ତଜାତୀୟ ବୌଦ୍ଧ ସମ୍ମିଳନୀ ଉଦଘାଟିତ, ଦେଶ ବିଦେଶରୁ ଆସିଛନ୍ତି ୧୭୦୦ରୁ ବୌଦ୍ଧ ଧର୍ମାବଲମ୍ବୀ
- Cyber Fraud Busted: ପୋଲିସ ହାତରେ ଧରାପଡିଲେ ୧୨ ଆନ୍ତଃରାଜ୍ୟ ସାଇବର ଲୁଟେରା
- Hero Hockey India League:ହ୍ୟାଟ୍ରିକ ବିଜୟ ସହ ପଏଣ୍ଟ ଟେବୁଲର ଶୀର୍ଷରେ କଳିଙ୍ଗ ଲାନସର୍ସ
- କୋହଲି, ଗିଲଙ୍କ ଆକର୍ଷଣୀୟ ପ୍ରଦର୍ଶନ: ପ୍ରଥମ ଦିିନିକିଆରେ ଭାରତ ବିଜୟୀ
- ଆସନ୍ତା ୧୫ରେ ବରଗଡ଼ ବନ୍ଦ
- ଝାରସୁଗୁଡ଼ାରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ
- ସଚିନଙ୍କୁ ପଛରେ ପକାଇ ବିଶ୍ୱରେକର୍ଡ କଲେ କିଙ୍ଗ କୋହଲି
- Fire In Ama Bus: ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ‘ଆମ ବସ’ରେ ଅଗ୍ନିକାଣ୍ଡ
Comments are closed.