ପାଟନା: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ଜେଡିୟୁୁରୁ ବିଦା ହେବା ପରେ ଖୁଲମଖୁଳା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଚ୍ୟାଲେଂଜ କରିଛନ୍ତି । ବିହାର ନିର୍ବାଚନ ପୂର୍ବରୁ ଆଜି ପ୍ରଶାନ୍ତ କିଶୋର ଏକ ସମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସମ୍ମିଳନୀରେ ସେ ‘ବାତ୍ ବିହାର କି’ ନାମକ ଏକ ଅଭିଯାନ ଆରମ୍ଭ କରିବା ନେଇ ଘୋଷଣା କରିଛନ୍ତି । ଆସନ୍ତା ୨୦ରୁ ଏହି ଅଭିଯାନ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିହାର ପାଇଁ କାମ କରିବେ ଓ ବିହାରକୁ ଦେଶର ଟପ୍-୧୦ ରାଜ୍ୟ ମଧ୍ୟରେ ସାମିଲ କରିବେ ବୋଲି କହିଛନ୍ତି ।
ଏଥିସହ ପ୍ରଶାନ୍ତ କିଶୋର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବେଶ୍ ସମାଲୋଚନା ମଧ୍ୟ କରିଛନ୍ତି । ନୀତିଶଙ୍କ ବିକାଶ ମଡେଲ ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ, ବିହାର ୨୦୦୫ ମସିହାରେ ସବୁଠାରୁ ଗରିବ ରାଜ୍ୟ ଥିଲା, ଆଜି ମଧ୍ୟ ତାହା ଅଛି । ମହାରାଷ୍ଟ୍ର ଓ କର୍ଣ୍ଣାଟକ ତୁଳନାରେ ଏହି ରାଜ୍ୟ କେତେ ଉନ୍ନତି କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଶହେ ଦିନ ଧରି ସେ ବିହାର ବୁଲିବେ ଏବଂ ନୀତିଶ କୁମାରଙ୍କ କୁଶାସନ ବାବଦରେ ଲୋକଙ୍କୁ ସଚେତନ କରାଇବେ । ବିହରରେ ବିକାଶ ଚାହୁଁଥିବା ଯୁବବର୍ଗଙ୍କୁ ‘ବାତ୍ ବିହାର କି’ ଅଭିଯାନରେ ସାମିଲ ହେବା ପାଇଁ ଆହ୍ୱାନ କରିଛନ୍ତି ପ୍ରଶାନ୍ତ କିଶୋର ।
BREAKING NEWS
- ଇରାନ-ଆମେରିକା ମଧ୍ୟରେ ଯୁଦ୍ଧବିରତି ନେଇ ଟ୍ରମ୍ପଙ୍କ ଘୋଷଣା
- ଓଡ଼ିଶା ରାଜ୍ୟ ଆଇନ ଆୟୋଗଙ୍କ ବାର୍ଷିକ ରିପୋର୍ଟ ଓ ନୂତନ ୱେବ୍ସାଇଟ୍ ଉନ୍ମୋଚିତ
- ଲସ୍କର-ଏ-ତୈବାର ଏକ ଆନ୍ତଃରାଜ୍ୟ ଆତଙ୍କବାଦୀ ମଡ୍ୟୁଲ୍ର ପର୍ଦ୍ଦାଫାସ୍, ୫ ଗିରଫ
- ଗିରଫ ହେଲେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର
- ରଗବୀ: ୧୭ ବର୍ଷରୁ କମ ବାଳିକା ବର୍ଗରେ ଓଡ଼ିଶା, ବାଳକ ବର୍ଗରେ ବିହାର ବିଜେତା
- ଆଇପିଏଲ: ପ୍ରତ୍ୟେକ ସିଜନରେ ଫ୍ରାଂଚାଇଜରଙ୍କ ହେଉଛି ୨୪୦୦ କୋଟି କ୍ଷତି !
- ପାକିସ୍ତାନକୁ ରାଜନାଥ ସିଂହଙ୍କ କଡା ବାର୍ତ୍ତା, ‘ଯଦି ତୁମେ ପଶ୍ଚିମବଙ୍ଗ ଆଡକୁ ନଜର ପକେଇବ, ତେବେ ତୁମକୁ….
- ଆଜି ରାତିରେ ଏକ ସଭ୍ୟତାର ଅନ୍ତ ହେବ, ୪୭ ବର୍ଷର ହିଂସାର ଅନ୍ତ ହେବ… ଇରାନକୁ ଟ୍ରମ୍ପଙ୍କ ଧମକ
- ମ୍ୟାଚ ଫିକ୍ସିଂ: ବାଂଲାଦେଶର ୭ ଖେଳାଳି ବାସନ୍ଦ
- ପଶ୍ଚିମବଙ୍ଗରେ ଭୋଟ ଆଗରୁ ବାଦ ପଡିଲେ ୯୦ ଲକ୍ଷ ଭୋଟର
Comments are closed.