Latest Odisha News

BREAKING NEWS

ଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମାହାତ୍ମ୍ୟ; ଜାଣନ୍ତୁ ବ୍ରତ ପାଳନର ବିଧି…

ଭୁବନେଶ୍ୱର: ମହାନ ହିନ୍ଦୁ ପରମ୍ପରାରେ ଜାଗର ବ୍ରତ ବା ମହାଶିବରାତ୍ରୀ ଉପବାସରେ ରହିଛି ଅଦ୍ଭୁତ ମହିମା । ପୁରାଣରେ ବର୍ଣ୍ଣିତ ଅନୁଯାୟୀ ଶିବରାତ୍ରୀ ଉପବାସ ଯୋଗୁଁ ରଜ ଓ ତମ ଗୁଣ ଦୁଇଟି ନିୟନ୍ତ୍ରିତ ହୋଇଥାଏ । ଏହି ପବିତ୍ର ଦିନରେ ଶ୍ରଦ୍ଧାଳୁମାନେ ଅହୋରାତ୍ର ଶିବ ଉପାସନା ଏବଂ ପୂଜାର୍ଚ୍ଚନାରେ ନିମଗ୍ନ ରହିଥିବା ଯୋଗୁଁ ମନ ମଧ୍ୟରେ ରହିଥିବା ଅହଂ ଭାବନା ସହିତ ଯାବତୀୟ ବିକାର ଗୁଣ ଗୁଡ଼ିକ ନଷ୍ଟ ହୋଇଯାଇଥାଏ । ଏହି ଦିନ ଉପବାସରେ ରହିଥିବା ସମସ୍ତ ଭକ୍ତମାନଙ୍କ ମନ ଓ ଶରୀରରେ ବୃଦ୍ଧିପାଇଥିବା କାମ-ବାସନା, ଲୋଭ ଓ ହିଂସା ଭାବନା ଅନେକ ମାତ୍ରାରେ ହ୍ରାସ ଘଟିଥାଏ ।

BjdElectrycity

କୁହାଯାଏ ଶିବରାତ୍ରୀ ଦିନ ପ୍ରତି ୩ ଘଣ୍ଟାରେ ବ୍ରତଧାରୀ ଯଦି ଶିବଲିଙ୍ଗ ପ୍ରଦକ୍ଷୀଣ କରନ୍ତି ତେବେ ନିଶ୍ଚିତ ଭାବେ ବ୍ରତ ସିଦ୍ଧ ହୋଇ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

ଯୋଗୀଶ୍ରେଷ୍ଠ ମହାଦେବ ଶିବ ସବୁବେଳେ ଧ୍ୟାନସ୍ଥ ରହିଥାଆନ୍ତି । ବର୍ଷ ବର୍ଷ ଧରି ଶିବଙ୍କ ଉପାସନା କରୁଥିବା ଶିବଭକ୍ତଟିଏ ଯଦି ଜାଗର ଦିନ ଉପବାସରେ ରହି ବ୍ରତ କରେ ତେବେ ତାହାର ନିଶ୍ଚିତ ଭାବେ ମହାଦେବଙ୍କର ବର ପ୍ରାପ୍ତ ହେବା ସହିତ ତାହାର ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ।

ଶିବରାତ୍ରୀ ଦିନ ଉପବାସ କରୁଥିବା ଭକ୍ତମାନେ ଏହି ଦିନ ଚାଉଳ, ଅଟା କିମ୍ବା କୌଣସି ଶଷ୍ୟ ଦ୍ରବ୍ୟ ଭୋଜନ ନକରି ବରଂ ଫଳାହାର ସହିତ ଶାଗୁଦାନା ଭୋଜନରେ ନେବା ଉଚିତ । ଦୁଗ୍ଧ ଜାତୀୟ ପଦାଥ ଖାଇ ଏହି ପବିତ୍ର ଦିନରେ ଶିବଙ୍କ ଉପାସନା କରିବା ଦ୍ୱାରା ମନ ସ୍ଥିର ରହିଥାଏ । ଶିବରାତ୍ରୀରେ ବ୍ରତଧାରୀମାନେ ମୋକ୍ଷ ପାଇଥାଆନ୍ତି । ଏହି ପବିତ୍ର ଦିନରେ ଉପବାସ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ ।

ଭକ୍ତମାନେ ସକାଳେ ସ୍ନାନ କରିବା ପରେ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଦର୍ଶନ କରିବା ଉଚିତ । ଏହାପରେ ଜଳାଭିଷେକ କରିବା ସହିତ କ୍ଷୀର ଓ ମହୁରେ ପୂଜାର୍ଚ୍ଚନା କରିଥାଆନ୍ତି ଶ୍ରଦ୍ଧାଳୁ । ୧୦୮ଟି ବେଲପତ୍ର ସହିତ ଧଳା ତରାଟ, ଦୁର୍ଦରା ଏବଂ ଅରଖ ଫୁଲ ଶିବଙ୍କୁ ଅର୍ଚ୍ଚନା ସମୟରେ ଅର୍ପଣ କରାଯାଇଥାଏ ।

କେତେକ ଭକ୍ତ ଏହି ଦିନ କ୍ଷୀର ଦ୍ୱାରା ଶିବଲିଙ୍ଗ ଅଭିଷେକ କରିଥାଆନ୍ତି ତ ଅନ୍ୟ କେତେଜଣ ମହୁ ସହିତ ଜଳାଭିଷେକ ମଧ୍ୟ କରନ୍ତି ।

 

Leave A Reply

Your email address will not be published.