Latest Odisha News

କଂଗ୍ରେସରେ ମିଶିବେନି ପ୍ରଶାନ୍ତ କିଶୋର

ଭୁବନେଶ୍ୱର: ନିର୍ବାଚନ ସହଯୋଗୀ ବା ରଣନୀତି ତିଆରି କରୁଥିବା ପ୍ରଶାନ୍ତ କିଶୋର କଂଗ୍ରେସରେ ମିଶିବାକୁ ମନା କରିଛନ୍ତି। ମଂଗଳବାର କଂଗ୍ରେସ ଅଫର କୁ ପ୍ରତ୍ୟାକ୍ଷାନ କରିଛନ୍ତି ବୋଲି ପ୍ରଶାନ୍ତ ଟ୍ୱିଟ୍ କରି ଜଣେଇଛନ୍ତି। ଇଏଜି(ଏମ୍ପାୱାରଡ ଆକ୍ସନ୍ ଗୃପ୍) ର ସଦସ୍ଯ ରୂପେ କଂଗ୍ରେସ ରେ ଯୋଗ ଦେବାକୁ ସର୍ବ ପୁରାତନ ଦଳ ଅଫର୍ ଦେଇଥିଲା। ହେଲେ ସେ ଏହି ଅଫର୍ କୁ ଅଗ୍ରାହ୍ଯ କରିଦେଇଛନ୍ତି।

କଂଗ୍ରେସ ତାଙ୍କୁ ବିଶେଷ ଅଧିକାର ଏବଂ କିଛି ସ୍ୱତନ୍ତ୍ର(ଫ୍ରି ହ୍ୟାଣ୍ଡ) ପଦବୀ ନ ଦେବାରୁ ସେ ଏହି ଅଫର୍ ଅଗ୍ରାହ୍ୟ କରିଦେଲେ ବୋଲି କିଛି ବରିଷ୍ଠ ନେତା କହିଛନ୍ତି। “ଅଧ୍ୟକ୍ଷ ସୋନିଆ ଗାନ୍ଧୀ ‘ଇଏଜି-୨୦୨୪’ କମିଟି ଗଠନ କରି ପ୍ରଶାନ୍ତଙ୍କୁ ସାମିଲ ହେବାକୁ ନିମନ୍ତ୍ରଣ କରିଥିଲେ। ସେ ଏହାକୁ ପ୍ରତ୍ଯାକ୍ଷାନ କଲେ। ଆମେ ତାଙ୍କ ପରିଶ୍ରମ ଓ ପ୍ରସ୍ତାବକୁ ସମ୍ମାନ ଜଣଉଛୁ” ବୋଲି ବରିଷ୍ଠ କଂଗ୍ରେସ ନେତା ରଣଦୀପ ସୁର୍ଜେୱାଲା ଗଣମାଧ୍ଯମକୁ କହିଛନ୍ତି।

ବିଗତ କିଛି ସପ୍ତାହ ଭିତରେ ପ୍ରଶାନ୍ତ କଂଗ୍ରେସ ର ଶୀର୍ଷ ନେତୃତ୍ୱ ସହ ତିନି ଥର ଆଲୋଚନା କରିଛନ୍ତି। ହେଲେ ଏହି ସବୁ ଆଲୋଚନ ସେତେଟା ସଫଳ ହୋଇନଥିବା ଆଜି ସ୍ପଷ୍ଟ ସୂଚିତ। କଂଗ୍ରେସ ଏକ ଭଲ ମଉକା ହାତଛଡ଼ା କରିଥିବା ସମର୍ଥକ ନେଟିଜେନ୍ ମତ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.