Latest Odisha News

ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ

ଭୁବନେଶ୍ୱର : ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସୋସିଆଲ ମିଡିଆ ପୋଷ୍ଟ । ରାଜନୀତି ନକରି ASI କ’ଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର । ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରହୁ । ମହାପ୍ରଭୁ ଜଗନ୍ନାଥ ସମସ୍ତଙ୍କର । ଭକ୍ତଙ୍କ ବିକାଶ ଓ ସୁବିଧା ପାଇଁ ବିଜେପି ସର୍ବଦା ଚିନ୍ତା କରିଆସିଛି ।

BjdElectrycity

ଲିଙ୍ଗରାଜ ମନ୍ଦିର ନିକଟରେ ମଧ୍ୟ ବିଶୃଙ୍ଖଳିତ ଭାବେ ନିର୍ମାଣ ଓ ଖନନ କାର୍ଯ୍ୟ ଆରମ୍ଭ ହୋଇଥିଲା । କିନ୍ତୁ ଆମେ ବିରୋଧ କରିବା ପରେ ASI ହସ୍ତକ୍ଷେପ କରିଥିଲା । ଯାହା ଫଳରେ ଆଜି ୧୪ଶହ ବର୍ଷ ତଳର ମହିଷାମର୍ଦ୍ଦିନୀ ମୂର୍ତ୍ତି ଉଦ୍ଧାର ହୋଇଛି । ତେଣୁ ଶ୍ରୀମନ୍ଦିରରେ ମଧ୍ୟ ASI କ’ଣ ନିଷ୍ପତ୍ତି ନେଉଛି, ତାକୁ ଅପେକ୍ଷା କରିବା ଦରକାର ବୋଲି ସୋସିଆଲ୍ ମିଡିଆରେ ଲେଖିଛନ୍ତି ସମ୍ବିତ ପାତ୍ର ।

Leave A Reply

Your email address will not be published.