ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମସିର ବିପୁଳ ବିଜୟ ସତ୍ୱେ ପ୍ରଶାନ୍ତ କିଶୋର ଆଉ ନିର୍ବାଚନ ରଣନୀତିକାର ଭାବେ କାର୍ଯ୍ୟ କରିବେ ନାହିଁ ବୋଲି ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ବିଜେପି ଯଦି ୧୦୦ରୁ ଅଧିକ ଆସନ ଜିତିବ ତାହାହେଲେ ସନ୍ୟାସ ନେଇଯିବି ବୋଲି ସେ ଘୋଷଣା କରିଥିଲେ ।
ତାଙ୍କ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଥିଲେ ମଧ୍ୟ ସେ କାହିଁକି ଓହରିଲେ ତାହା ସ୍ପଷ୍ଟ ହୋଇ ନାହିଁ । ମୁଁ ଏଥିରୁ ବ୍ରେକ ନେବା ସହ ଅନ୍ୟମାନଙ୍କୁ ସୁଯୋଗ ଦେବାକୁ ଚାହୁଁଛି ବୋଲି କହିଛନ୍ତି । ୨୦୧୪ରେ ସେ ବିଜେପି ପାଇଁ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ । ବିଜେପି ଜିତିବା ପରେ ସେ ଚର୍ଚ୍ଚାକୁ ଆସିଥିଲେ ।
Comments are closed.