Latest Odisha News

ଓଡ଼ିଆ ହାସ୍ୟକବି ସମ୍ମିଳନୀ ତରଫରୁ ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡମ୍ବରୁଧର ପଟ୍ଟନାୟକଙ୍କ ସ୍ମୃତିରେ ଓଡ଼ିଆ ହାସ୍ୟକବି ସମ୍ମିଳନୀ ତରଫରୁ ଅନଲାଇନ ମାଧ୍ୟମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ମାତ୍ର ୫୨ ବର୍ଷ ବୟସରେ ଗତ ଅପ୍ରେଲ ୨୨ରେ ତାଙ୍କର ପରଲୋକ ହୋଇଥିଲା ।

BjdElectrycity

ଓଡିଆ ହାସ୍ୟକବି ସମ୍ମିଳନୀର ସଂଯୋଜକ ଡଃ କୁଳାଙ୍ଗାରଙ୍କ ଆବାହକତ୍ବରେ ଆୟୋଜିତ ଏହି ସ୍ମୃତି ସଭାରେ ପୀତବାସ ରାଉତରାୟ,  ସତ୍ୟାନାଶ, ଦ୍ବିତୀଚନ୍ଦ୍ର ସାହୁ, ବିଘ୍ନେଶ୍ବର ସାହୁ, ବସନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ଶ୍ରୀ ପଟ୍ଟନାୟକଙ୍କ ସାହିତ୍ୟଯାତ୍ରାର ସ୍ମୃତିଚାରଣ କରିଥିବା ବେଳେ ସନାତନ କଟା, ଅର୍ଜୁନ ଦାସ ଏବଂ ଶାରଦା ପ୍ରସାଦ ମହାପାତ୍ର ଦିବଂଗତ କବିଙ୍କ ରଚିତ ବ୍ୟଙ୍ଗ କବିତା ପାଠ କରିଥିଲେ । ଏହି ଭରଚୁଆଲ ସଭାରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୦ରୁ ଅଧିକ ସାହିତ୍ୟିକ ଯୋଗ ଦେଇଥିଲେ ।

ଶ୍ରୀ ପଟ୍ଟନାୟକ କେବଳ ବ୍ୟଙ୍ଗ ନୁହେଁ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗର ଜଣେ ସଫଳ ସ୍ରଷ୍ଟା ଥିଲେ। ନିଜ ଉଦ୍ୟମରେ ସାବିତ୍ରୀ ପାଠାଗାର ଓ ସଂଗ୍ରହାଲୟ ସ୍ଥାପନ କରି ଉପାନ୍ତ ଜିଲ୍ଲା ମାନଙ୍କରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ସମର୍ପିତ ଥିଲେ ବୋଲି ଏହି ଭରଚୁଆଲ ସଭାରେ ଉପସ୍ଥିତ ବକ୍ତା ମାନେ ମତ ପ୍ରକାଶ କରିଥିଲେ ।

ସଭା ଶେଷରେ ଗିରିଶ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.