Latest Odisha News

ପ୍ରଶାନ୍ତ କଂଗ୍ରେସ ଉପରେ ଅଶାନ୍ତ

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ପରେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ସବୁବେଳେ ବିରୋଧୀ ଦଳର ମୁଖ୍ୟ ପାର୍ଟି ହେବାର ବରଦାନ କଂଗ୍ରେସକୁ ମିଳି ନାହିଁ । ୧୦ ବର୍ଷ ମଧ୍ୟରେ କଂଗ୍ରେସ ୯୦ ପ୍ରତିଶତ ନିର୍ବାଚନରେ ପରାଜୟବରଣ କରିଛି ବୋଲି ସେ କହିଛନ୍ତି । ପୂର୍ବରୁ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସହ ସାକ୍ଷାତ କରିବା ପରେ ମମତା ୟୁପିଏର କୌଣସି ସ୍ଥିତି ନାହିଁ ବୋଲି କହିଥିଲେ । କେନ୍ଦ୍ର ରାଜନୀତିରେ ମମତାଙ୍କ ପାଇଁ ପ୍ରଶାନ୍ତ ପ୍ଲାଟଫର୍ମ ପ୍ରସ୍ତୁତ କରୁଥିବା ଆଲୋଚନା ହେଉଛି ।

ସୂଚନାଯୋଗ୍ୟ, ପ୍ରଶାନ୍ତ କିଛି ଦିନ ତଳେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ଏତେଟା ସହଜ ନୁହେଁ ବୋଲି କହିଥିଲେ । ସେ ସମୟରେ ପିକେ କଂଗ୍ରେସରେ ଯୋଗ ଦେବା ନେଇ ଆଲୋଚନା ଜୋର ଧରିଥିଲେ । ରାହୁଲଙ୍କ ଟାର୍ଗେଟ କରିବା ପରେ ସେ ଏବେ କଂଗ୍ରେସ ବିମୁଖ ହୋଇଛନ୍ତି ।

Comments are closed.