Latest Odisha News

BREAKING NEWS

ପ୍ରଶାନ୍ତ ରାଉତରାୟ ସ୍ମାରକୀ ଆଇନଜୀବୀ କ୍ରିକେଟ୍‌: ଓଡ଼ିଶା ହାଇକୋର୍ଟ ବାର୍‌ ବିଜେତା

ଭୁବନେଶ୍ୱର: ଭୁବନେଶ୍ବର ଓକିଲ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜେବି କଲେଜ ଖେଳପଡ଼ିଆରେ ଆୟୋଜିତ ଦଶମ ପ୍ରଶାନ୍ତ ରାଉତରାୟ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍‌ ବିଜେତା ହୋଇଛି । ରବିବାର ଫାଇନାଲ୍‌ରେ ୨୪ ରନ୍‌ରେ ଗତ ଦୁଇ ସଂସ୍କରଣ ବିଜେତା ଭୁବନେଶ୍ବର ବାର୍‌ ଆସୋସିଏସନ୍‌କୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରିଥିବା ହାଇକୋର୍ଟ ବାର୍‌ ପାର୍ଥସାରଥି ଆଚାର୍ଯ୍ୟ (୩୮ବଲ୍‌ରୁ ୫୭ ରନ୍‌)ଙ୍କ ଅର୍ଦ୍ଧଶତକ ବଳରେ ନିର୍ଦ୍ଧା‌ରିତ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୮୬ ରନ୍‌ କରିଥିଲା । ସରୋଜ କୁମାର ବେହେରା (୨୩ ବଲ୍‌ରୁ ୪୦ ରନ୍‌), ଭକ୍ତି ସାମଲ (୩୦ ବଲ୍‌ରୁ ୩୩ ରନ୍‌) ଓ ଅମିତାଭ ନାଏକ (୮ବଲ୍‌ରୁ ୧୭* ରନ୍‌) ଉପଯୋଗୀ ପାଳି ଖେଳିଥିଲେ । ଭୁବନେଶ୍ବର ବାର୍‌ର ଅଭିଳାଷ ଦାସ ୩, ପ୍ରିୟମ ମଲ୍ଲିକ ୨ ଏବଂ ପ୍ରିୟବ୍ରତ ପ୍ରିୟରଂଜନ ସାହୁ ଓ ମାନସ ରଞ୍ଜନ ସାହୁ ଗୋଟିଏ ୱିକେଟ୍‌ ନେଇଥିଲେ ।

ଜବାବରେ ଭୁବନେଶ୍ବର ବାର୍‌ ଦଳ ୬ ୱିକେଟ୍‌ ହରାଇ ୧୬୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ପ୍ରିୟବ୍ରତ ପ୍ରିୟରଂଜନ ସାହୁ (୨୨ ବଲ୍‌ରୁ ୪୦ ରନ୍‌), ରାକେଶ କୁମାର ଜେନା (୩୨ ବଲ୍‌ରୁ ୩୯ ରନ୍‌), ଶରତ କୁମାର ଜେନା (୨୮ ବଲ୍‌ରୁ ୨୮ ରନ୍‌) ଓ କମଲ ‌ଜେନା (୧୦ ବଲ୍‌ରୁ ୨୩*) ଲଢ଼ିଥିଲେ ମଧ୍ୟ ଟ୍ରଫି ବଜାୟ ରଖିବାରେ ବିଫଳ ହୋଇଥିଲେ । ହାଇକୋର୍ଟ ବାର୍‌ ପକ୍ଷରୁ ଅଧିନାୟକ ଏସ୍‌ଏସ୍‌ ରାୟ ଓ ଶୁଭଙ୍କର ବୋଷ ୨‌ ଲେଖାଏଁ ଏବଂ ସଂଜୀବ ସେଠୀ ଓ ଧନଞ୍ଜୟ ଦାସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ । ଅଭିଳାଷ ଦାସଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା । ଉଦ୍‌ଯାପନୀ ଉତ୍ସବରେ ମୂଖ୍ୟ ବିଚାରପତି ଆଦିତ୍ୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପୂର୍ବତନ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ବର ବାର୍ ଆସୋସିଏସନ୍‌ ସଭାପତି କୁନ୍ଦନ ରଥ, ସମ୍ପାଦକ ଦୀପକ କୁମାର ଦାସ, ଯୁଗ୍ମସମ୍ପାଦକ ଅନ୍ତର୍ଯ୍ୟାମୀ ବିଶ୍ବାଳ, ଅଶୋକ ପାତ୍ର, ନିହାର ସେଠୀ, ରମାକାନ୍ତ ରାଉତରାୟ, ଜୟନ୍ତ ଜେନା, ଦେବୀ ବାରିକ, ଆତ୍ମା ମହାନ୍ତି ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ ।

Comments are closed.