Latest Odisha News

ଖୋର୍ଦ୍ଧାରୁ ବିପୁଳ କଇଁଛ ଉଦ୍ଧାର, ଚୋରା ଚାଲାଣ ବେଳେ ଧରିଲେ… 

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାର ଗୋଡ଼ିପଡ଼ା ଅଞ୍ଚଳରେ ଏକ ଗାଡ଼ିରୁ ବେଆଇନ୍ ଭାବେ ଚାଲାଣ ହେଉଥିବା ଶହଶହ କଇଁଛ ଜବତ କରାଯାଇଛି।

ସୂଚନା ଅନୁଯାୟୀ, ୧୬ ନମ୍ବର ଜାତୀୟ ରାଜପଥର ଗୋଡ଼ିପଡ଼ାରେ ଏହି ଗାଡ଼ି ଯାଉଥିବା ବେଳେ ଟୋଲଗେଟ୍ କର୍ମଚାରୀମାନେ ଅଟକାଇଥିଲେ। ଗାଡ଼ି ଯାଞ୍ଚ କରାଯିବା ପରେ ସେଥିରୁ ପ୍ରାୟ ୪୦୦ ସ୍ୱତନ୍ତ୍ର ଟ୍ରେରେ ବହୁ ସଂଖ୍ୟକ କଇଁଛ ପ୍ୟାକ୍ ହୋଇଥିବା ଦେଖିବାକୁ ମିଳିଥିଲା।

ତେବେ ଖବର ପାଇ ଖୋର୍ଦ୍ଧା ବନ ବିଭାଗ ଟାଙ୍ଗୀ ରେଞ୍ଜର ବନ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସହିତ କଇଁଛଗୁଡ଼ିକୁ ଜବତ କରିଛନ୍ତି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି।

ଅପରପକ୍ଷରେ କଇଁଛ ଗୁଡ଼ିକୁ ଭୁଷଣ୍ଡପୁର ବିଟ୍ ହାଉସକୁ ପଠାଯିବା ସହ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

 

Comments are closed.