Latest Odisha News

ଲୋକଙ୍କ ଉପରେ ଗାଡି ମଡାଇବା ଘଟଣା: ନବୀନ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ନେଇ ପ୍ରଶାନ୍ତ ଆଶାବାଦୀ

ଖୋର୍ଦ୍ଧା: ଗତବର୍ଷ ଲୋକଙ୍କ ଉପରେ ଗାଡି ମଡାଇବା ଘଟଣାରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ନିଜ ରାଜନୈତିକ କ୍ୟାରିଅରକୁ ନେଇ ଆଶ୍ବସ୍ତ। ନିର୍ବାଚନ ଆସିଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ନିଲମ୍ବନ ଆଦେଶ ଉଠାଇଦେବେ ବୋଲି ସେ ବିଶ୍ୱାସ ରଖିଛନ୍ତି। ତେଣୁ ସେ ପୁଣିଥରେ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି କହିଛନ୍ତି।

BjdElectrycity

ତେବେ ଏପରି କହିବା ବେଳେ ସେ ନିଜ ଦଳର ନେତା ତଥା ପୂର୍ବତନ ଚିଲିକା ବିଧାୟକ ରଘୁ ସାହୁଙ୍କୁ ଟାର୍ଗେଟ କରିଛନ୍ତି। ରଘୁ ସାହୁ ତାଙ୍କ ବିରୋଧରେ ଷଡଯନ୍ତ୍ର ରଚିଥିଲେ। ତେଣୁ ସେ ଦଳରୁ ନିଲମ୍ବିତ ହୋଇଛନ୍ତି ବୋଲି କହିଛନ୍ତି। ଜଗଦେବ କହିଛନ୍ତି, ରଘୁ ସାହୁ ତାଙ୍କୁ ଫସାଇବାକୁ ଯାଇ ବିଜେପି କର୍ମୀଙ୍କୁ ଟଙ୍କା ବାଣ୍ଟିଥିଲେ। ତାଙ୍କ ଗାଡି ଆଗକୁ ଯେଉଁସବୁ ଲୋକମାନେ ଆସିଥିଲେ ତାହା ରଘୁ ସାହୁଙ୍କ ନିର୍ଦ୍ଦେଶରେ ଆସିଥିଲେ ବୋଲି ଜଗଦ୍ଦେବ କହିଛନ୍ତି।

ସେପଟେ ରଘୁ ସାହୁ ପ୍ରଶାନ୍ତ ଜଗଦ୍ଦେବଙ୍କୁ କଡା ଜବାବ ଦେଇଛନ୍ତି, ଜେଲରୁ ବାହାରିଲା ପରେ ପ୍ରଶାନ୍ତ ଜଗଦ୍ଦେବ ପାଗଳ ଭଳି ହେଉଛନ୍ତି। ଯାହା ନାଁରେ ଏତେ ମାମଲା ଅଛି, ସେ ବିଧାୟକ ହେବାକୁ ଅଯୋଗ୍ୟ। କିଏ କ’ଣ ଲୋକେ ଜାଣିଛନ୍ତି। କାହାର ରାଜନୈତିକ କଣ ହେବ ତାହା ଲୋକେ କହିବେ। ଚିଲିକା ବାସୀ ଏଭଳି ଜଣେ ବିଧାୟକ ପାଇବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ରଘୁ ସାହୁ ୨୦୧୪ ରୁ ୨୦୧୯ ମଧ୍ୟରେ ଚିଲିକାର ବିଧାୟକ ଥିଲେ। ହେଲେ ୨୦୧୯ରେ ବିଜେଡି ଜଗଦେବଙ୍କୁ ଟିକେଟ ଦେଇଥିଲା। ଏହା ପୂର୍ବରୁ ବେଗୁନିଆ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିଲେ ପ୍ରଶାନ୍ତ ଜଗଦ୍ଦେବ।

 

 

Leave A Reply

Your email address will not be published.