Latest Odisha News

BREAKING NEWS

ଆଇପିଏଲରୁ ଓହରିଲେ ପ୍ରସିଦ୍ଧ କୃଷ୍ଣା

ମୁମ୍ବାଇ: ଆଇପିଏଲର ଆଗାମୀ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବ । ତେବେ ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସକୁ ବଡ ଝଟକା ଲାଗିଛି । ଦଳର ମୁଖ୍ୟ ପେସ ବୋଲର ପ୍ରସିଦ୍ଧ କୃଷ୍ଣା ଆଘାତ ସମସ୍ୟା ଯୋଗୁ ଦଳରୁ ଓହରି ଯାଇଛନ୍ତି । ପିଠି ସମସ୍ୟା ଯୋଗୁ ସେ ବାଧ୍ୟ ହୋଇ ଏହି ନିଷ୍ପତି ନେଇଛନ୍ତି । ଖୁବ ଶୀଘ୍ର ବଦଳ ଖେଳାଳିଙ୍କ ନାମ ଘୋଷଣା କରାଯିବ ବୋଲି ଟିମ ମ୍ୟାନେଜମେଂଟ ପକ୍ଷରୁ କୁହାଯାଇଛି । ୨୦୨୨ ସିଜନରେ ପ୍ରସିଦ୍ଧ ୧୭ ମୁକାବିଲାରେ ୧୯ ୱିକେଟ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ । ଏଥର ରାଜସ୍ଥାନ ୧୦ କୋଟି ଟଙ୍କାରେ ତାଙ୍କୁ କ୍ରୟ କରିଛି ।

ଉଦଘାଟନୀ ସଂସ୍କରଣରେ ଚାମ୍ପିୟନ ହୋଇଥିବା ରାଜସ୍ଥାନ ଦୀର୍ଘ ଦିନ ପରେ ଗତ ସଂସ୍କରଣର ଫାଇନାଲରେ ପ୍ରବେଶ କରିଥିଲା । ତେବେ ଫାଇନାଲରେ ଗୁଜରାଟ ଟାଇଟନ୍ସଠାରୁ ଦଳ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲେ । ରାଜସ୍ଥାନ ଦଳରେ କୁଲଦୀପ ସେନ, କୁଲଦୀପ ଯାଦବ, ନବଦୀପ ସୈନୀ, କେଏମ ଅସିଫ, ମ୍ୟାକକୟେ, ଟ୍ରେଂଟ ବୋଲ୍ଟ ଓ ଜାସନ ହୋଲ୍ଡରଙ୍କ ପରି ବୋଲର ରହିଛନ୍ତି ।

Leave A Reply

Your email address will not be published.