Latest Odisha News

BREAKING NEWS

ହରହର ମହାଦେବ ମନ୍ତ୍ରରେ କମ୍ପୁଛି ଗୁପ୍ତେଶ୍ୱର ପୀଠ  

କୋରାପୁଟ : ଜାଗରଯାତ୍ରାକୁ ନେଇ ଗୁପ୍ତେଶ୍ୱର ପୀଠରେ ଦେଖିବାକୁ ମିଳିଛି  ଭକ୍ତିମୟ ପରିବେଶ । ହରହର ମହାଦେବ ମନ୍ତ୍ରରେ ଗୁଞ୍ଜୁରୀ ଉଠିଛି ଗୁପ୍ତେଶ୍ୱର ପୀଠ  । ଗୁପ୍ତେଶ୍ୱରଙ୍କ ପୂଜାର୍ଚ୍ଚନା ସହ ଦର୍ଶନ କରୁଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ହଜାର ହଜାର ଭକ୍ତ l ଶିବରାତ୍ରି ଉପଲକ୍ଷେ ଭୋରୁ ବାବା ଗୁପ୍ତେଶ୍ୱରଙ୍କ ବିଭିନ୍ନ ନୀତି ସମ୍ପନ୍ନ କରାଯିବା ପରେ ଭକ୍ତ ମାନେ ପୂଜାର୍ଚ୍ଚନା କରୁଛନ୍ତି l ଧୂପ ଦୀପ ନଡ଼ିଆ କଦଳୀ ଧରି ବାବାଙ୍କ ନିକଟରେ ଭୋଗଲାଗି କରିବା ସହିତ ନିଜର ମାନସିକ ଜଣାଉଛନ୍ତି ଭକ୍ତଗଣ l

ଜଙ୍ଗଲ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ପରିବେଶ ମଧ୍ୟରେ ଅବସ୍ଥିତ ଗୁପ୍ତେଶ୍ୱର ପୀଠ  । ଠାକୁରଙ୍କ ମହାସ୍ନାନ ପରେ ପାଟବେଶ , ଅଭିଷେକ, ଆଳତି, ଏବଂ ବାଳଭୋଗ ଲାଗି ସମ୍ପନ୍ନ ହେଲା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହେଲା l ରାତି ୧୨ଟାରେ ହରିହର ଭେଟ ଏବଂ ସାଢେ ୧୨ଟାରେ ମହାଦୀପ ଉଠିବ  l ଛତିଶଗଡ଼ରୁ ଶତାଧିକ ଭକ୍ତ  ଶବରୀ ନଦୀ ଉପରେ ଅସ୍ଥାୟୀ ପାଉଁଶ ପୋଲ ପାର କରି ଆସୁଥିବା ଦେଖିବାକୁ ମିଳିଛି l ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସୁରକ୍ଷା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏବଂ ଦେବତ୍ତର ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି l ପୀଠରେ ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ ଏବଂ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୋଲିସ ଏବଂ ଅଗ୍ନିଶ୍ରମ ବାହିନୀକୁ ନିୟୋଜିତ କରାଯାଇଛି l

Leave A Reply

Your email address will not be published.