Latest Odisha News

BREAKING NEWS

କେନ୍ଦ୍ରାପଡା ଆଳିରେ ପ୍ରତାପ ଦେବ ବିଜୟୀ

କେନ୍ଦ୍ରାପଡ଼ା: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲା ଆଳିରେ ବାଜିମାତ୍ କଲା ବିଜେଡି ।

ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ବିଜୟ ହୋଇଛନ୍ତି । ସେ ୧୯ ହଜାର ୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଆଳିରେ ପ୍ରତାପ ଦେବଙ୍କୁ କଡା ଟକ୍କର ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ଦେବସ୍ମିତା ଶର୍ମା ।

ସୂଚନାଯୋଗ୍ୟ ଯେ, ଖାଲି ଏଥର ନୁୂହେଁ ଲଗାତାର ଭାବେ ପ୍ରତାପ ଦେବ ଆଳି ଆସନରୁ ବିଜୟୀ ହେଇ ଆସୁଛନ୍ତି । କେବଳ ୨୦୧୪ କୁ ବାଦ୍ ଦେଲେ ୨୦୦୦ ମସିହାରୁ ସେ ଲଗାତାର  ଭାବେ ବିଜୟ ହେଇ ଆସୁଛନ୍ତି । ଏଥର ମଧ୍ୟ କଂଗ୍ରେସ ପ୍ରାର୍ଥୀ ଦେବସ୍ମିତା ଶର୍ମାଙ୍କ ସହ କଡା ଟକ୍କର ଦେଖିବାକୁ ମିଳିଥିଲା ।

 

Leave A Reply

Your email address will not be published.