Latest Odisha News

BREAKING NEWS

ଆଜି ଦାୟିତ୍ୱ ନେବେ କଟକ ଡିସିପି ପ୍ରତୀକ ସିଂ

କଟକ: ଆଜି ଦାୟିତ୍ୱ ଗ୍ରହଣ କରିବେ କଟକର ନୂଆ ଡିସିପି ପ୍ରତୀକ ସିଂ । ବିଦାୟୀ ଡିସିପି ଅଖିଳେଶ୍ୱର ସିଂ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବେ । ପୂର୍ବରୁ କନ୍ଧମାଳ ଏସପି ଥିଲେ ପ୍ରତୀକ ସିଂ । ଜିଲ୍ଲାରେ ମାଓ ଦମନ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ରହିଛି ।

୨୦୧୪ ବ୍ୟାଚ୍ ଆଇପିଏସ୍ ଅଫିସର ପ୍ରତୀକ ସିଂ । ତାଙ୍କ ଆଗରେ ଏବେ କଟକ ସହରରେ କୋଭିଡ୍ ମୁକାବିଲା ଓ ପରିଚାଳନା ବଡ଼ ଚ୍ୟାଲେଞ୍ଜ ରହିବ । ସହରବାସୀ ଓ ପୋଲିସ କର୍ମଚାରୀଙ୍କୁ କରୋନା କବଳରୁ ଦୂରେଇ ରଖିବା ପ୍ରାଥମିକତା ହେବ ବୋଲି ଦାୟିତ୍ୱ ଗ୍ରହଣ ପୂର୍ବରୁ କହିଛନ୍ତି ପ୍ରତୀକ ସିଂ ।

ସେହିପରି କ୍ରାଇମ କଣ୍ଟ୍ରୋଲ ସହ ଆଗକୁ ପାର୍ବଣ ଋତୁ ଆସୁଛି । ପୂଜା ସମୟରେ କଟକ ସହରରେ କିଭଳି ଭାଇଚାରା ଓ ଶାନ୍ତିଶୃଙ୍ଖଳା ବଜାୟ ରହିବ ତାଉପରେ ଗୁରୁତ୍ୱ ଦେବେ । ଟିମ୍ ୱାର୍କ ଓ ଯୋଜନା ଅନୁସାରେ କାମ କରିବେ ବୋଲି କହିଛନ୍ତି ପ୍ରତୀକ ସିଂ ।

Leave A Reply

Your email address will not be published.