ପୁରୀ : ଆଜି ହେଉଛି ପ୍ରଥମାଷ୍ଟମୀ । ଚଳଚଞ୍ଚଳ ହେଉଛି ଶ୍ରୀମନ୍ଦିର । ନୂଆ ପିନ୍ଧି ପୋଢୁଆଁ ହେବେ ବଡ଼ ଠାକୁର । ମହାପ୍ରଭୁଙ୍କ ପାଇଁ ମାମୁଁ ଘର କଟକ ନିଆଳିର ଶ୍ରୀମାଧବନନ୍ଦ ଜୀଉ ମନ୍ଦିରରୁ ଆସିଛି ପୋଢୁଆଁଭାର । ଭାରରେ ଅରୁଆ ଚାଉଳ, ବିରି, ନଡିଆ, ଗୁଡ, ଡାଲି, ପାଚିଲା କଦଳୀ, ଘିଅ, ଚନ୍ଦନ କାଠ, ପାନ, ଗୁଆ, ଅଳେଇଚ, ଲବଙ୍ଗ ଆଦି ଆସିଛି । ମହାପ୍ରଭୁଙ୍କ ଗୋପାଳବଲ୍ଲଭ ପାଇଁ ଫଳମୂଳ, ତୁଳସୀ ଓ ପଦ୍ମଫୁଲ ମାଳ ମଧ୍ୟ ଆସିଛି। ପ୍ରଭୁ ମାଧବାନନ୍ଦ ଜୀଉଙ୍କ ଛତିଶା ନିଯୋଗ ସେବାୟତ ଓ ସ୍ଥାନୀୟ ଲୋକ ମାନେ ଶ୍ରୀଗୁଣ୍ତିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଆସିଥିଲେ ।
ପୁରଠୁ ପଲ୍ଲୀ ପର୍ଯ୍ୟନ୍ତ ଧୁମଧାମରେ ପାଳନ ହେଉଛି ପ୍ରଥମାଷ୍ଟମୀ । ଘରର ପ୍ରଥମ ସନ୍ତାନଙ୍କ ଶୁଭ ମନାସୀ ପୂଜାର୍ଚ୍ଚନା କରାଯାଇଛି ।
Comments are closed.