କଟକ : ବିଶିଷ୍ଟ ସାରସ୍ୱତ ଅନୁଷ୍ଠାନ “ଉତ୍କଳ ସାହିତ୍ୟ ସମାଜ ” ପକ୍ଷରୁ ସାହିତ୍ୟିକା ପ୍ରତିଭା ରାୟଙ୍କୁ ଚଳିତ ବର୍ଷ ପାଇଁ ସର୍ବୋଚ୍ଚ ସମ୍ମାନ “ଉତ୍କଳ ରତ୍ନ” ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି।
ସେଇ ଭଳି ଭୀମ ପୃଷ୍ଟି , “ଶୁକଦେବ ସାହୁ ଉପନ୍ୟାସ ସମ୍ମାନ ,” ଆର୍ଯ୍ୟ ଯଜ୍ଞଦତ୍ତ, “ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ,” ଶଙ୍କର ତ୍ରିପାଠୀ, “ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ”, ଦୁର୍ଯ୍ୟୋଧନ ଦାସ, “ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ସାହିତ୍ୟ ସମ୍ମାନ,” ସେନାପତି ପ୍ରଦ୍ୟୁମ୍ନ କେଶରୀ ” ଗଙ୍ଗାଧର ମେହେର କବିତା ସମ୍ମାନ,” କୁମୁଦ ରଞ୍ଜନ ପାଣିଗ୍ରାହୀ , “ଗୋପୀନାଥ ନନ୍ଦ ପ୍ରବନ୍ଧ ସମାଲୋଚନା ସାହିତ୍ୟ ସମ୍ମାନ,” ଶଶିଭୂଷଣ ମିଶ୍ର , “ରାମକୃଷ୍ଣ ନନ୍ଦ ଶିଶୁ ସାହିତ୍ୟ ସମ୍ମାନ,” ମିହିର ଦାସ , “ବୈଷ୍ଣବ ପାଣି କଳା ସମ୍ମାନ,” ନିର୍ମଳେନ୍ଦୁ କୁମାର ଦାସ, “ଅନୁବାଦ ସାହିତ୍ୟ ସମ୍ମାନ,” ଶ୍ରୀଷ ପଟେଲ, “ରାଧାନାଥ ରଥ ସମ୍ବାଦ ସାହିତ୍ୟ ସମ୍ମାନ,” ନିରଞ୍ଜନ ସାହୁ, “ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ,” ମନୋରମା ବିଶ୍ୱାଳ ମହାପାତ୍ର, ” ବସନ୍ତ କୁମାରୀ ଦେବୀ ଲେଖିକା ସମ୍ମାନ,” ପ୍ରଫୁଲ କୁମାର ମହାପାତ୍ର , “ବିଦ୍ୟାଧର ମିଶ୍ର ଜୀବନୀ ସାହିତ୍ୟ ସମ୍ମାନ,” ସୁଭାଷ ଶତପଥୀ , “ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ,” କୁଳାଙ୍ଗାର ( ପ୍ରୀତିକାନ୍ତ ପଣ୍ଡା ), “ନୀରଦପ୍ରଭା ହାସ୍ୟବ୍ୟଙ୍ଗ ସମ୍ମାନ,” ରବୀନ୍ଦ୍ର କୁମାର ପ୍ରହରାଜ , “ବିଶ୍ଵନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ,” ମନୋଜ ମହାନ୍ତି , “ନବରୂପା ରାଜ ଗୀତୀ କବିତା ସମ୍ମାନ,” ଲକ୍ଷ୍ମୀକାନ୍ତ ପାଳିତ, “କବିଚନ୍ଦ୍ର ସଙ୍ଗୀତ ଗୁରୁ ସମ୍ମାନ,” ଆରତୀ ଗୋସ୍ୱାମୀ, “ଭିକାରୀ ବଳ କଣ୍ଠଶିଳ୍ପୀ ସମ୍ମାନ, ” ମନୋରଞ୍ଜନ ପାଣିଗ୍ରାହୀ , “ବିକ୍ରମ ଦାସ ଭ୍ରମଣ କାହାଣୀ ସମ୍ମାନ,” ନାରାୟଣ ମହାନ୍ତି , “ପ୍ରଭା ପଟେଲ ରମ୍ୟ ରଚନା ଓ ଲଳିତ ନିବନ୍ଧ ସମ୍ମାନ,” ପ୍ରକାଶ କୁମାର ପରିଡା , “ବ୍ରହ୍ମାନନ୍ଦ ପଣ୍ଡା ସଂସ୍କୃତିକ ସଂଗଠନ ସମ୍ମାନ,” କ୍ଷେତ୍ରବାସୀ ନାୟକ , “କୈଳାସ ଚନ୍ଦ୍ର ସିଂହ ଯୁବ ସାରସ୍ୱତ ସମ୍ମାନ,” ବନୋଜ ତ୍ରିପାଠୀ , “ଦେବବ୍ରତ କର ପ୍ରକାଶକ ସମ୍ମାନ,” ବିଭୁଧେନ୍ଦ୍ର ନାରାୟଣ ପଟ୍ଟନାୟକ, ” ନିରଞ୍ଜନ ଦାସ ଭାଷା ସମ୍ମାନ,” ଅନୁସୂୟା ନନ୍ଦ , “ବାଗ୍ମୀ ବିଶ୍ଵନାଥ କର ସମ୍ପାଦନା ସମ୍ମାନ” ଏବଂ ବଳଦେବ ମହାରଥା,” ସୁନାମଣି ସାମଲ ଚିତ୍ରଶିଳ୍ପୀ ସମ୍ମାନ” ପାଇବେ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ପୁରସ୍କାର ଉତ୍କଳ ସାହିତ୍ୟ ସମାଜର ୨୦୨୧ ବାର୍ଷିକ ସମାବର୍ତ୍ତନ ଉତ୍ସବରେ ପ୍ରଦାନ କରାଯିବ ବୋଲି ସଂଗଠନ ସମ୍ପାଦକ ଆଦିତ୍ୟ ପ୍ରତାପ ଧଳ ସୂଚନା ଦେଇଛନ୍ତି।
Comments are closed.