Latest Odisha News

BREAKING NEWS

ପ୍ରଭାତ ମହାପାତ୍ରଙ୍କ ‘ପ୍ରଭାତ ସମ୍ଭାର’ ଉନ୍ମୋଚିତ

ଭୁବନେଶ୍ୱର : ବିଶିଷ୍ଟ କବି ପ୍ରଭାତ ମହାପାତ୍ରଙ୍କ ଆଠଟି କବିତା ସଙ୍କଳନର ସମାହାର ‘ପ୍ରଭାତ ସମ୍ଭାର’ ପ୍ରକାଶନୀ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଉନ୍ମୋଚିତ ହୋଇଯାଇଛି।

ଏହି ଅବସରରେ ବିଶିଷ୍ଟ ଜୀବନୀକାର ସତ୍ୟନାରାୟଣ ମହାପାତ୍ର, ଭାଷାବିତ ଦେବାଶିଷ ମହାପାତ୍ର ଏବଂ ପ୍ରକାଶକ ତଥା ଲେଖକ ରାଜ କିଶୋର ଦାସ ଉପସ୍ଥିତ ଥିଲେ। କବି ଶ୍ରୀ ମହାପାତ୍ରଙ୍କର ଦୀର୍ଘଦିନର ଅସୁସ୍ଥତା କାରଣରୁ ଏହି ସାରସ୍ୱତ କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ନିରାଡ଼ମ୍ବର ଭାବରେ ତାଙ୍କ ବାସ ଭବନରେ ଆୟୋଜିତ ହୋଇଥିଲା।

Comments are closed.