Latest Odisha News

BREAKING NEWS

ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମୃତ

ଭୁବନେଶ୍ୱର: ମାଲକାନଗିରିରେ ଦେଶୀ ଡଙ୍ଗା ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ବୁଡ଼ି ଯିବାରୁ ମୋତି ଗୋଲାରୀଙ୍କ ମୃତ୍ୟୁ ଘଟିଛି ।

ମୋତି ଏବଂ ତାଙ୍କ ସ୍ୱାମୀ ଅର୍ଜୁନ ଗୋଲାରୀ ବାଲିମେଳା ଡ୍ୟାମରେ ଏକ ଦେଶୀ ଡଙ୍ଗା ସାହାଯ୍ୟରେ ଯାତ୍ରା କରୁଥିବା ବେଳେ ଡଙ୍ଗା ବୁଡ଼ିଯାଇଥିଲା ।

ମୋତି ଗଭୀର ଜଳରେ ବୁଡ଼ି ଯାଇଥିବା ବେଳେ ସ୍ୱାମୀ ଅର୍ଜୁନ କୂଳକୁ ପହଁରି ଆସିଥିଲେ । ଗୁରୁବାର ସକାଳେ ମୋତିଙ୍କ ଶବ ବାଲିମେଳା ଡ୍ୟାମରୁ ଜବତ କରାଯାଇଛି ।

Leave A Reply

Your email address will not be published.