Latest Odisha News

BREAKING NEWS

ପ୍ରବୀଣ ସିହ୍ନା ହେଲେ ସିବିଆଇର କାର୍ଯ୍ୟକାରୀ ମୁଖ୍ୟ

ନୂଆଦିଲ୍ଲୀ : ସିବିଆଇର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କଲେ ପ୍ରବୀଣ ସିହ୍ନା । ସିବିଆଇ ମୁଖ୍ୟ ଭାବେ କାର୍ଯ୍ୟ କରୁଥିବା ରିଷି କୁମାର ଶୁକ୍ଳା ବୁଧବାର ଅବସର ନେବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ତେଣୁ ପ୍ରବୀଣ ସିହ୍ନାକୁ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟକାରୀ ମୁଖ୍ୟ ଭାବେ ଦାୟିତ୍ୱ ହସ୍ତାନ୍ତର କରାଯାଇଛି ।

୧୯୮୮ ବ୍ୟାଚ୍‌ର ଗୁଜରାଟ ଆଇପିଏସ କ୍ୟାଡର ପ୍ରବୀଣ ସିହ୍ନା ସିବିଆଇରେ ଏସ୍‌ପି, ଡେପୁଟି ଆଇଜି, ଯୁଗ୍ମ ନିର୍ଦ୍ଦେଶକ ଓ ଅତିରିକ୍ତ ନିର୍ଦ୍ଦେଶକ ଭାବେ ୨୦୦୦ରୁ ୨୦୨୧ ମଧ୍ୟରେ ଦୁଇଟି ଦଫାରେ କାମ କରିଛନ୍ତି । ଋଷି ଶୁକ୍ଳାଙ୍କ ପରେ ସବୁଠାରୁ ବରିଷ୍ଠ ଅଧିକାରୀ ହେଉଛନ୍ତି ପ୍ରବୀଣ ସିହ୍ନା । ଏଥିପାଇଁ ତାଙ୍କୁ ପରବର୍ତ୍ତୀ ସିବିଆଇ ମୁଖ୍ୟ ନିଯୁକ୍ତି ପାଇବା ଯାଏ ଏହି ପଦରେ କାମ କରିବାକୁ ସରକାର କହିଛନ୍ତି ।

Leave A Reply

Your email address will not be published.