Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

 ଆଜିର ରାଶିଫଳ
ତା ୫-୨-୨୦୨୧ରିଖ ଶୁକ୍ରବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ଫେବୃୟାରୀ ତା ୫ ରିଖ ଶୁକ୍ରବାର
ମକର ୨୩ ଦିନ ମାଘ ମାସ କୃଷ୍ଣପକ୍ଷ ଅଷ୍ଟମୀ ଭୁକ୍ତ ନବମୀ ତିଥି ବିଶାଖା ନକ୍ଷତ୍ର ତୁଳା ଚନ୍ଦ୍ର
ଆଜିର ଘାତ ବାର- ବିଛା ଧନୁ ଓ ମୀନ ରାଶିର
ଆଜିର ନିଷେଧ ଖାଦ୍ୟ- ନଡ଼ିଆ ଓ ଲାଉ

ମେଷ :
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ମହିଳାମାନଙ୍କ କାର୍ଯ୍ୟ ପ୍ରଶଂସନୀୟ ହେବେ।

ବୃଷ :
ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ । ଆଜି ଆପଣ ସେମାନଙ୍କ ସହିତ ମିଳିମିଶି କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ।ଧନ ମାନ ସମ୍ମାନ ପ୍ରତିଷ୍ଠା ମିଳିବ।

ମିଥୁନ :
ଆଜି ଆପଣ କୌଣସି ସାମାଜିକ କାର୍ଯ୍ୟ କରି ପ୍ରଶଂସିତ ହେବେ। ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ।ଶରୀର ସୁସ୍ଥ ରହିବ। କ୍ରୀଡା କ୍ଷେତ୍ରରେ ସଫଳତା ହାସଲ କରିବେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବିଭିନ୍ନ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରି ସଫଳତା ଲାଭ କରିବେ।

କର୍କଟ :
ଆଜି ଆପଣଙ୍କର ହଜିଯାଇଥିବା ଦ୍ରବ୍ୟ ହଠାତ୍ ପାଇପାରନ୍ତି । ପିତା ମାତାଙ୍କ ଆଶ୍ରିର୍ବାଦ ଆପଣଙ୍କୁ ଅନେକାଂଶରେ ସଫଳତା ଆଣିଦେବ ‌। ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ।

ସିଂହ :
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ।କୋଟ କଚେରୀ ମାଲିମକୋଦମାର ନ୍ୟାୟ ଆପଣଙ୍କ ସପକ୍ଷରେ ଆସିବ ‌। କୋୖଣସି ଅପ୍ରୀତିକର ପରିସ୍ଥିତିକୁ ସମାଧାନ କରିବେ। ପାରିବାରିକ ଜୀବନ ସୁଖମୟ ହେବ ‌।

କନ୍ୟା :
ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟରେ ଜଗିରଖି ଚଳନ୍ତୁ । କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ। ପାରିବାରିକ କ୍ଷେତ୍ରରେ ମନୋମାଳିନ୍ୟ ଦେଖାଦେଇପାରେ। ଆପଣ ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତୁ । ଆପଣ ନିଜକୁ ଶାନ୍ତ ରଖିବାକୁ ଚ଼େଷ୍ଟା କରନ୍ତୁ । ଅପରାହ୍ନରେ ଦେବଦର୍ଶନର ସୁଯୋଗ ମିଳିବ।

ତୁଳା :
ଆଜି ଆପଣଙ୍କ ପରିବାରରେ ହସଖୁସି ଦେଖାଦେବ। ବୁଦ୍ଧି ବିଦ୍ଯା ଓ କଥାବାର୍ତ୍ତା ମାଧ୍ୟମରେ ପୂର୍ବର ସମସ୍ୟା ସମାଧାନ କରିବାରେ ସମର୍ଥ ହେବେ। ମହିଳାମାନେ ଗୃହ ସାଜସଜ୍ଜା ପ୍ରତି ଯତ୍ନଶୀଳା ହେବେ। ବ୍ୟବସାୟ ବାଣିଜ୍ୟରେ ଲାଭ ଦେଖାଦେବ ‌।

ବିଛା :
ଆଜି ଆପଣ ପାଇଁ ଦିନଟି ଶୁଭ ପ୍ରଦ ହେବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଶରୀର ସୁସ୍ଥ ରହିବ। ପୂର୍ବର ସମସ୍ୟା ସମାଧାନ ପାଇଁ ଚେଷ୍ଟା କରି ସଫଳତା ଲାଭ କରିବେ। ବିଦ୍ୟାର୍ଥିମାନେ ପଢାପଢିରେ କୃତକାର୍ଯ୍ୟ ହେବେ।

ଧନୁ :
ଆଜି ଆପଣ ନିଜର ଆତ୍ମବିଶ୍ୱାସ ଏବଂ ସକାରାତ୍ମକ ଭାବନା ଦ୍ୱାରା ଅନ୍ୟ ମାନଙ୍କୁ ପ୍ରଭାବିତ କରିବେ ।ପ୍ରତି କ୍ଷେତ୍ରରେ ବାଧା ଓ ସମସ୍ୟା ଦେଖାଦେଇପାରେ ।ଅଯଥା ବ୍ୟୟ ହେବ। ମହିଳାମାନେ ଜଗିରଖି ଚଳନ୍ତୁ ଦାମ୍ପତ୍ୟ ଜୀବନରେ ମନାନ୍ତର ମତାନ୍ତର ଦେଖାଦେଇପାରେ ।

ମକର :
ଆଜିର ଦିନ ଆପଣଙ୍କ ପାଇଁ ଶୁଭପ୍ରଦ ହେବ ‌। ଦୂରସ୍ଥାନକୁ ଯାତ୍ରା କରିବାର ସମ୍ଭାବନା ଅଛି । କୌଣସି ଏକ ଧର୍ମପୀଠ,ସାଂସ୍କୃତିକ କିମ୍ବା ଐତିହାସିକ ଗୁରୁତ୍ତ୍ୱପୂର୍ଣ୍ଣ ସ୍ଥାନ ବୁଲିବାକୁ ଯାଇପାରନ୍ତି । ପାରିବାରିକ ଜୀବନ ସୁଖପ୍ରଦ ହେବ ‌।

କୁମ୍ଭ :
ଯଦି ଆପଣଙ୍କୁ କେହିଜଣେ ବ୍ୟକ୍ତି ସାହାଯ୍ୟ ସହଯୋଗ କରିବା ନିମନ୍ତେ ପ୍ରତିଶୃତି ଦେବ। ଆପଣଙ୍କର ବନ୍ଧୁ କିମ୍ବା ପରିବାର ସମସ୍ତେ ସାହାଯ୍ୟ କରିବାକୁ ଆଗେଇ ଆସିବେ । କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବକେୟା ପ୍ରାପ୍ୟ ଆଜି ମିଳିବ।ଶରୀର ସୁସ୍ଥ ରହିବ।

ମୀନ :
ଆଜି ଆପଣ  ଭାବି ଚିନ୍ତି ଜଗିରଖି କାର୍ଯ୍ୟ କରନ୍ତୁ । କର୍ମକ୍ଷେତ୍ରରେ ଉଚ୍ଚପଦସ୍ଥ ଅଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ନହୋଇ ବିରୋଧ କରିପାରନ୍ତି। ନିଜ ଜୀବନ ସାଥିର ସାହାଯ୍ୟ ସହାନୁଭୂତି ମନୋବଳ ଦୃଢ଼ କରାଇବ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର ମୋବାଇଲ- ୯୪୩୭୨୨୫୪୩୪

Leave A Reply

Your email address will not be published.