Latest Odisha News

BREAKING NEWS

ସକାଳୁ ସକାଳୁ ଏନ୍‌କାଉଣ୍ଟର୍‌: ପୋଲିସ ଗୁଳିରେ ଉମେଶ ପାଲ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ ଉସ୍‌ମାନ ନିହତ

ପ୍ରୟାଗରାଜ:ସକାଳୁ ସକାଳୁ ଉତ୍ତର ପ୍ରଦେଶର ପ୍ରୟାଗରାଜ ଅନ୍ତର୍ଗତ କୌଧିୟାରା ଅଞ୍ଚଳରେ ଏନକାଉଣ୍ଟର ହୋଇଯାଇଛି। ପୁଲିସର ଗୁଳିମାଡରେ ‘ଆତିକ୍‌ ଅହମଦ୍‌ ଗ୍ୟାଙ୍ଗ୍‌’ର ସୁଟର୍‌ ବିଜୟ ଚୌଧୁରୀ ଓରଫ୍‌ ଉସ୍‌ମାନ୍‌ର ମୃତ୍ୟୁ ଘଟିଛି । ପୋଲିସ ଗୁଳିମାଡରେ ଉସ୍ମାନ ଗୁରୁତର ହୋଇଥିଲା। ଡାକ୍ତରଖାନା ନେବା ବାଟରେ ତାହାର ମୃତ୍ୟୁ ଘଟିଛି ।

‘ବିଏସ୍‌ପି’ ବିଧାୟକ ରାଜୁ ପାଲ୍‌ ହତ୍ୟା ମାମଲାର ପ୍ରମୁଖ ସାକ୍ଷୀ ଥିଲେ ଉମେଶ ପାଲ୍‌ । ଫେବ୍ରୁଆରି ୨୪ ତାରିଖରେ ଉମେଶ ପାଲ୍‌ଙ୍କୁ ପ୍ରୟାଗରାଜର ଧୂମାନଗଞ୍ଜ ଅଞ୍ଚଳରେ ଥିବା ତାଙ୍କ ଘର ବାହାରେ ତାଙ୍କୁ ଗୁଳି କରି ହତ୍ୟା କରା ଯାଇଥିଲା । ଗୁଳିମାଡରେ ତାଂକ ସୁରକ୍ଷାକର୍ମୀ ମଧ୍ୟ ନିହତ ହୋଇଥିଲେ। ଉତ୍ତର ପ୍ରଦେଶ ପୁଲିସ ଉସ୍‌ମାନ୍‌ ନାଁ’ରେ ୫୦,୦୦୦ ଟଙ୍କା ଅର୍ଥରାଶି ପୁରସ୍କାର ଘୋଷଣା କରିଥିଲା।

ଏଠି କହି ରଖିବୁ ,ଗ୍ୟାଙ୍ଗ୍‌ଷ୍ଟର୍‌ରୁ ରାଜନେତା ହୋଇଥିବା ଆତିକ୍‌ ଅହମଦ୍‌ ହେଉଛନ୍ତି ରାଜୁ ପାଲ୍‌ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଏବଂ ସମ୍ପ୍ରତି ସେ ଗୁଜରାଟରେ ଏକ ଜେଲ୍‌ରେ ଅଛନ୍ତି।

Comments are closed.