Latest Odisha News

ଖଲ୍ଲିକୋଟ ବିଜେପି କର୍ମୀ ହତ୍ୟା ମାମଲା: ଗିରଫ ହେଲେ ଆଉ ୩ ଜଣ ଅଭିଯୁକ୍ତ

ଛତ୍ରପୁର: ଖଲ୍ଲିକୋଟ ନିର୍ବାଚନୀ ହିଂସା, ରକ୍ତରଞ୍ଜିତ ହୋଇଥିଲା ଖଲ୍ଲିକୋଟ ରାସ୍ତା । ବ୍ୟାନର ମରା ପ୍ରସଙ୍ଗକୁ ନେଇ ଗତ ୧୫ ତାରିଖରେ ବିଜେପି କର୍ମୀ ଦିଲ୍ଲୀପ ପାହାନାଙ୍କୁ ଅତି ନିର୍ମମ ଭାବେ ହାଣି ହତ୍ୟା କରାଯାଇଥିଲା । ଏହାକୁ ନେଇ ଆଉ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଗଞ୍ଜାମ ପୋଲିସ ।

ତେବେ ଖଲ୍ଲିକୋଟ ହତ୍ୟାକାଣ୍ଡ ପରେ ଗଞ୍ଜାମରେ ତେଜିଥିଲା ନିର୍ବାଚନୀ ହିଂସା । ଯାହାର ତଦନ୍ତ ପାଇଁ ଏସ୍ଆଇଟି ଟିମ୍ ଗଠନ କରାଯାଇଥିଲା । ଏଥିରେ ପୂର୍ବରୁ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଆଉ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ମୋହନପୁର ଗ୍ରାମର କାର୍ତ୍ତିକ ପରିଡା, ରାମଚନ୍ଦ୍ରପୁରର କାଳିଆ ପ୍ରଧାନ ଓ ଲୋଘର ଗାଁର ଶୀତମ ପାହାନ ବୋଲି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ଜଗମୋହନ ମିନା ।  ଏହାକୁ ନେଇ ମୋଟ ଗିରଫ ସଂଖ୍ୟା ୧୪ ରେ ପହଞ୍ଚିଛି  । ହେଲେ ଏବେବି ଘଟଣା ସହ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି । ଯାହାକୁ ନେଇ ଆହୁରି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Comments are closed.