Latest Odisha News

ଆଜିଠୁ ଦେଶରେ ପ୍ରିକସନ୍ ଡୋଜ୍ ଟିକାକରଣ

ନୂଆଦିଲ୍ଲୀ: ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ ଟିକାକରଣ । ବିଭିନ୍ନ ସରକାରୀ ଓ ବେସରକାରୀ ଟିକାଦାନ କେନ୍ଦ୍ରରେ ପ୍ରିକସନ୍ ଡୋଜ୍ ଦିଆଯାଉଛି । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ୱାର୍କର୍ସ ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତଙ୍କୁ ଦିଆଯାଉଛି ପ୍ରିକସନ୍ ଡୋଜ୍ । ଅନଲାଇନରେ ସ୍ଲଟ୍ ବୁକିଂ କରିଥିବା ବ୍ୟକ୍ତି ଟିକା ନେଉଛନ୍ତି । ସେହିପରି ଅନସାଇଟରେ ବି ନେଇପାରିବେ ପ୍ରିକସନ୍ ଡୋଜ୍ ।

ପ୍ରିକସନାରୀ ଟିକା ପାଇଁ ପଞ୍ଜିକରଣ ଆବଶ୍ୟକ ନାହିଁ । କେବଳ କୋ-ଓ୍ୱିନ୍ ପୋର୍ଟାଲରେ ସ୍ଲଟ୍ ବୁକିଂ କରିବାକୁ ପଡିବ । ନଚେତ୍ ଅନସାଇଟରେ ବି ସୁବିଧା ଉପଲବ୍ଧ ହେଉଛି । କୋଭିଡ୍ ଟିକାର ଦ୍ୱିତୀୟ ଡୋଜ୍ ନେବାର ୯ ମାସ ହୋଇଥିଲେ ପ୍ରିକସନ୍ ଡୋଜ୍ ନେଇପାରିବେ । ପୂର୍ବରୁ ଯିଏ ଯେଉଁ ଟିକା (କୋଭାକ୍ସିନ ଓ କୋଭିସିଲ୍ଡ) ନେଇଥିବେ ପ୍ରିକସନାରୀ ଡୋଜ୍ ବି ସମାନ ଟିକା ନେବେ ।

ଆଜି ଦେଶରେ 24 ଲକ୍ଷ ଲୋକଙ୍କୁ ପ୍ରକିସନାରୀ ଡୋଜ୍ ଦିଆଯିବ । ପାଖାପାଖି ଲକ୍ଷେ ଯୋଗ୍ୟ ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ପାଇଁ ମେସେଜ୍ ପଠାଯାଇଛି । ଦେଶରେ ୨କୋଟିରୁ ଅଧିକ ୬୦ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତ ଲୋକ ଅଛନ୍ତି । ମିଶନ୍ ମୋଡରେ ପ୍ରିକସନ୍ ଡୋଜ୍ ଦେବାକୁ ଗତକାଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

Leave A Reply

Your email address will not be published.