Latest Odisha News

BREAKING NEWS

[ଭିଡିଓ] ଦୋଷୀ କିଏ ? ପୁଣି ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା

ମାଲକାନଗିରି: ନିକଟରେ ମାଲକାନଗିରି ଗସ୍ତରେ ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସାଥିରେ ଥିଲେ ଜଣେ କି ଦୁଇଜଣ ନୁହେଁ ୮ଜଣ ହେଭିୱେଟ୍ ନେତା । ରାଜ୍ୟର ପ୍ରଥମ ଜିଲ୍ଲା ଭାବେ ମାଲକାନଗିରିରେ ବଣ୍ଟନ ହୋଇଥିଲା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିନରେ ସ୍ମାର୍ଟ କାର୍ଡ । ହେଲେ ଏବେ ସାମ୍ନାକୁ ଆସିଛି ଗର୍ଭବତୀଙ୍କୁ ଖଟରେ ବୁହା ହେବା ଭଳି ଘଟଣା ।

ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର କୁନିଗୁଡା ଗାଁରେ ଜେମା ଖିଲ ନାମକ ଜଣେ ଆଦିବାସୀ ମହିଳାଙ୍କୁ ଲୋକେ ଖଟରେ ବୋହିନେଇଥିଲେ । ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ଜେମାଙ୍କ ପାଇଁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ହେଲେ ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସଟି ଗାଁରେ ପହଂଚିପାରିନଥିଲା । ଫଳରେ ଗାଁ ଲୋକେ ଦୀର୍ଘ ୫ କି.ମି ଗର୍ଭବତୀ ଜେମା ଖିଲଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ନିକଟରେ ପହଂଚାଇଥିଲେ । ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ମେଡିକାଲରୁ ନିଆଯାଇଥିଲା ।

ତେବେ ଏଠି ପ୍ରଶ୍ନ ଉଠୁଛି ଯେଉଁଠି ରାଜ୍ୟ ସରକାର ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟୁଛନ୍ତି, ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ସେଠି ଗମନାଗମନ ଜନିତ ଅସୁବିଧାକୁ କାହିଁକି ଅଣଦେଖା କରାଯାଉଛି । ଯଦି ରାସ୍ତାଘାଟ ପାଇଁ ଲୋକେ ଉନ୍ନତ ସ୍ୱାସ୍ଥ୍ୟସେବାରୁ ବଂଚିତ ହେଉଛନ୍ତି, ସେଠି ଏଭଳି ବିକାଶମୂଳକ ଯୋଜନା କାହା ସ୍ୱାର୍ଥରେ ?

Leave A Reply

Your email address will not be published.