Latest Odisha News

BREAKING NEWS

ବିଦ୍ୟୁତ ଆଘାତରେ ପ୍ରସୂତିଙ୍କ ମୃତ୍ୟୁ, କିନ୍ତୁ ଗର୍ଭରେ ନବଜାତର ହୃଦସ୍ପଦନ ଚାଲୁଥିଲା…

ରାୟପୁର: ଛତିଶଗଡର ଅମ୍ବିକାପୁରରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ 9 ମାସର ଗର୍ଭବତୀ ମହିଳାଙ୍କ ବିଦ୍ୟୁତ ଆଘାତ ଯୋଗୁଁ ମୃତ୍ୟୁ ଘଟିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ମହିଳାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଗର୍ଭରେ ବଢୁଥିବା ଶିଶୁର ହୃଦସ୍ପନ୍ଦନ ଚାଲୁଥିଲା ବୋଲି ସୂଚନା ରହିଛି। ଡାକ୍ତରମାନେ ଶିଶୁଟିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅପରେସନ୍ ସମୟରେ ମୃତ୍ୟୁବରଣ କରିଥିଲା। ଶିବକୁମାରୀ 9 ମାସର ଗର୍ଭବତୀ ଥିଲେ ବୋଲି ସୂଚନା ରହିଛି।

ଏହି ମାମଲା ଉଦୟପୁର ପୋଲିସ ଷ୍ଟେସନ ଅଞ୍ଚଳର ବେଲଡହପୁଟା ଗାଁର। ସୂଚନା ଅନୁଯାୟୀ, ଏଠାରେ ରହୁଥିବା 28 ବର୍ଷୀୟ ଶିବ କୁମାରୀ ଗାଧୋଇବା ପରେ ବାଥରୁମରୁ ବାହାରି ଆସିଥିଲେ। ସେ ଶୁଖିବା ପାଇଁ ତାରରେ ଓଦା ପୋଷାକ ପକାଇଥିଲେ। ହେଲେ ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ତାରଟି ଲୁହା ସଂସ୍ପର୍ଶରେ ଆସିଥିଲା ଏବଂ ଏହି ତାରରେ କରେଣ୍ଟ ରହିଛି ବୋଲି ସେ ଜାଣିନଥିଲେ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବା ମାତ୍ରେ ମହିଳା ଜଣଙ୍କ ତଳେ ପଡ଼ିଯାଇଥିଲେ। ସେହିଭଳି ସମ୍ପର୍କୀୟମାନେ ତାଙ୍କୁ ତୁରନ୍ତ ସ୍ଥାନୀୟ ଉଦୟପୁର ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ କିନ୍ତୁ ଯେତେବେଳେ ତାଙ୍କ ଗର୍ଭରେ ଥିବା ଶିଶୁଟିକୁ ଯାଞ୍ଚ କରିଥିଲେ ସେତେବେଳେ ଶିଶୁର ହୃଦସ୍ପନ୍ଦନ ଚାଲିଥିବାର ଦେଖିବାକୁ ମିଳିଥିଲା। ଏପରିକି ଡାକ୍ତରମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସଙ୍ଗେସଙ୍ଗେ ଶିଶୁଟିକୁ ବଞ୍ଚାଇବା ପାଇଁ ଅପରେସନ୍ ଆରମ୍ଭ କରିଥିଲେ। କିନ୍ତୁ ସେମାନେ ପିଲାଟିକୁ ରକ୍ଷା କରିପାରିନଥିଲେ। ଏଥି ସହିତ ଏହି ଘଟଣା ଯୋଗୁଁ ପରିବାର ଓ ଗାଁରେ ଶୋକ ବ୍ୟାପିଛି।

ଅନ୍ୟପକ୍ଷରେ ମହିଳାଙ୍କ ମୃତଦେହର ପୋଷ୍ଟମର୍ଟମ କରାଯାଇଥିଲା। ତା’ପରେ ମୃତଦେହ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିଲା।

Leave A Reply

Your email address will not be published.