Latest Odisha News

ସକାଳ ଜଳଖିଆରେ ପ୍ରୋଟିନ୍‌ର ଆବଶ୍ୟକତା କ’ଣ ରହିଛି ଆସନ୍ତୁ ଜାଣିବା….

ନୂଆବର୍ଷର ଆରମ୍ଭରେ ସଭିଏଁ ପୁଣି ନିଜ ନିଜର ବର୍ଦ୍ଧିତ ଓଜନ ହ୍ରାସ କରିବାରେ ଲାଗି ପଡ଼ିଲେଣି  । ନିକଟରେ ହୋଇଥିବା ଏକ ସର୍ଭେ ଅନୁଯାୟୀ ଅଧିକ ପ୍ରୋଟିନଯୁକ୍ତ ସକାଳ ଜଳଖିଆ ଖାଇଲେ ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ  । ତେଣୁ ଯେଉଁମାନେ ଜଳଖିଆରେ କେବଳ କର୍ଣ୍ଣଫ୍ଲେକ୍‌ସ ଖାଉଛନ୍ତି, ସେମାନଙ୍କ ପାଇଁ ଅସୁବିଧା ନାହିଁ ଏହା ସହିତ ଉପଯୁକ୍ତ ବ୍ୟାୟାମ କରିବା ଫଳରେ ଶରୀରରେ ଜମି ରହିଥିବା ମାତ୍ରାଧିକ ଫ୍ୟାଟ୍‌ କମିବା ସହିତ ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ  ।

ସାଧାରଣତଃ ମହିଳାମାନେ ଦିନର ପ୍ରାରମ୍ଭରେ ୧୧ଗ୍ରାମ୍‌ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇଥାଆନ୍ତି  । କାରଣ ଯେବେ ପୁରୁଷମାନେ ୧୫ ଗ୍ରାମ୍‌ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଇଥାଆନ୍ତି , ସେତେବେଳେ ମହିଳାମାନେ ଘର କାମରେ ନିଜକୁ ନିଯୁକ୍ତ କରି ରଖିଥିବାରୁ ସେମାନଙ୍କ ଶରୀରକୁ ଅଧିକ ପରିମାଣର ପ୍ରୋଟିନ୍‌ର ଆବଶ୍ୟକତା ହୋଇଥାଏ  । କିନ୍ତୁ ଅସଲ କଥା ହେଉଛି ମହିଳାମାନେ ପରିବାରର ଅନ୍ୟ ସଦସ୍ୟଙ୍କ ଖାଇବା କଥା ବୁଝୁ ବୁଝୁ ନିଜ ଶରୀର ପ୍ରତି ସର୍ବଦା ଅବହେଳା କରିଥାନ୍ତି ଓ ସେମାନଙ୍କ ଶରୀରରେ ପ୍ରୋଟିନ୍‌ର ଅଭାବଜନିତ ବେମାରି ମଧ୍ୟ ଦେଖାଯାଇଥାଏ  ।

ତେଣୁ ଏଥର ନୂଆବର୍ଷର ପ୍ରାରମ୍ଭରେ ମହିଳାମାନେ ସକାଳ ଜଳଖିଆରେ ନିଜ ପାଇଁ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବାକୁ ବିଶେଷ ଧ୍ୟାନ ଦେଲେ ଭଲ ହେବ  । ଫଳରେ ଶରୀର ସୁସ୍ଥ ରହିବା ସହିତ ଓଜନ ହ୍ରାସ ହେବାରେ ମଧ୍ୟ ସହାୟକ ହେବ  ।

Leave A Reply

Your email address will not be published.