Latest Odisha News

BREAKING NEWS

ନିମ୍ନମାନର ସେଣ୍ଟ୍ରିଂରୁ ଉମରକୋଟରେ ଭୁଶୁଡିଲା ନିର୍ମାଣାଧୀନ ବ୍ରିଜ

ନବରଙ୍ଗପୁର: ଉମରକୋଟରେ ନିର୍ମାଣାଧୀନ ବ୍ରିଜର ସ୍ଲାବ କେମିତି ଭୁଶୁଡ଼ିଲା ? ଆରମ୍ଭ ହୋଇଛି କାରଣ ଖୋଜା । ଅଧୀକ୍ଷଣ ଯନ୍ତ୍ରୀ ଘଟଣାର ତଦନ୍ତ କରିଛନ୍ତି । ନିମ୍ନମାନର ସେଣ୍ଟ୍ରିଂ ଯୋଗୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ଆଜି ଘଟଣାସ୍ଥଳରେ ତଦନ୍ତ କରିବେ ମୁଖ୍ୟ ଯନ୍ତ୍ରୀ । ଗତକାଲି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶନର ପ୍ରଦୀପ ଜେନା ।

ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଉନ୍ନୟନ କମିଶର । ଠିକାଦାର ଆଶିଷ ବିଶ୍ୱାଳ, ଏସଡିଓ ଏବଂ ଜୁନିୟର ଇଞ୍ଜିନିୟରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କହିଥିଲେ ଉନ୍ନୟନ କମିଶର ।

ଗତକାଲି ଉମରକୋଟ ବ୍ଲକ ବଡ଼କୁମାରୀ ଗାଁ ତାଲାପଦର ଠାରେ ନିର୍ମାଣଧୀନ ପୋଲର ସ୍ଲାବ ଭୁଶୁଡ଼ି ପଡିଥିଲା । ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଆହତ ହୋଇଥିଲେ ୬ ଜଣ । ସେମାନଙ୍କ ମଧ୍ୟରୁ ତିନି ଜଣ ଗୁରୁତର ରହିଥିଲେ ।

Leave A Reply

Your email address will not be published.