Latest Odisha News

BREAKING NEWS

ଦୀର୍ଘ ୫ ମାସ ପରେ ଜମ୍ମୁ-କାଶ୍ମୀରରେ ସୁଧୁରିଲା ପ୍ରିପେଡ ମୋବାଇଲ ସେବା !

ଜମ୍ମୁ: ଜମ୍ମୁ-କାଶ୍ମୀରରେ ପ୍ରିପେଡ ମୋବାଇଲ ସେବାରେ ସୁଧାର ଆସିଛି । ଶନିବାର ଠାରୁ ଏଠାରେ ପ୍ରିପେଡ ମୋବାଇଲ ସେବା ପୁଣି ଥରେ ଆରମ୍ଭ ହୋଇଛି । ଏହାସହ ଗତ ଅଗଷ୍ଟ ମାସରୁ ଏଠାରେ ଇଣ୍ଟରନେଟ ବନ୍ଦ କରାଯାଇଥିବା ବେଳେ କିଛି ଅଞ୍ଚଳରେ ଶନିବାର ଠାରୁ ‘ଟୁ ଜି’ ସେବା ଆରମ୍ଭ ହୋଇଥିବା ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ।

ସମ୍ପୂର୍ଣ୍ଣ ଜମ୍ମୁ-କାଶ୍ମୀରରେ ଭଏସ କଲ ସହ ଏସଏମଏସ ସେବାରେ ସୁଧାର ଆସିଥିବା ରିପୋର୍ଟରେ ପ୍ରକାଶ ।

ତେବେ ପୂର୍ବଭଳି ସୋସିଆଲ ମିଡିଆ ଉପରେ ନିଷେଧାଜ୍ଞା ଅବ୍ୟାହତ ରହିଛି ବୋଲି ସୂଚନା ଦେଇଛନ୍ତି, ଜମ୍ମୁ ଓ କଶ୍ମୀରର ପ୍ରମୁଖ ଶାସନ ସଚିବ ରୋହିତ କନସଲ ।

ଜମ୍ମୁର ସମସ୍ତ ୧୦ଟି ଜିଲ୍ଲାରେ ଓ କଶ୍ମୀରର ମାତ୍ର ୨ଟି ଜିଲ୍ଲାରେ ଟୁଜି ମୋବାଇଲ ଇଣ୍ଟରନେଟ ସେବା ଚାଲୁ ହୋଇଛି । ଏହା ମାଧ୍ୟମରେ କେବଳ କେତେକ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଓ ଅନ୍ୟ କେତେକ ସ୍ୱୀକୃତିପ୍ରାପ୍ତ ୱେବସାଇଟ ଦେଖିହେବ । ଅନ୍ୟପକ୍ଷରେ ଲୋକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଜମ୍ମୁ ଓ କଶ୍ମୀରର ସବୁ ବ୍ୟାଙ୍କରେ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ ସେବା ଯୋଗାଇଦିଆଯାଇଛି ।

ସୂଚନାଯୋଗ୍ୟ, ଗତ ସୋମବାରଦିନ ସୁପ୍ରିମକୋର୍ଟ ଜମ୍ମୁ ଓ କଶ୍ମୀରରେ ଦୀର୍ଘ ଦିନ ଧରି ବନ୍ଦ ଥିବା ଇଣ୍ଟରନେଟ ସେବାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ଇଣ୍ଟରନେଟ ସେବାକୁ ଆଂଶିକଭାବେ ଚାଲୁ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

Leave A Reply

Your email address will not be published.