Latest Odisha News

BREAKING NEWS

କାଲି ରାମମନ୍ଦିର ଭୂମିପୂଜନ, ଅଯୋଧ୍ୟାରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

ଅଯୋଧ୍ୟା: ଆସନ୍ତାକାଲି ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଭୂମି ପୂଜନ ହେବ । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି । ଚାରିଆଡ ସୁନ୍ଦର ଆଲୋକମାଳାରେ ସଜ୍ଜା ଯାଇଛି । ଏ ଭିତରେ କୋଭିଡ ନିୟମର କିପରି ପାଳନ କରାଯିବ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି ।

ଭୂମି ପୂଜନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ୧୭୫ ଜଣ ଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଅଯୋଧ୍ୟା ଜମି ବିବାଦ ମାମଲାର ମୁଖ୍ୟ ଆବେଦନକାରୀ ଇକବଲ ଅନସାରୀ ଓ ମହମ୍ମଦ ୟୁନୁସଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ତେବେ ରାମ ମନ୍ଦିର ଆନ୍ଦୋଳନର ମୁଖ୍ୟ ପୁରୋଧା ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀ ଭିଡିଓ କନଫରେନ୍ସିଂ ଜରିଆରେ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଆସନ୍ତାକାଲି ସକାଳ ୮ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ । ଅତିଥିମାନେ ୧୦ଟା ୩୦ ସୁଦ୍ଧା ନିଜ ଆସନ ଗ୍ରହଣ କରିବେ ।  ଦିନ ୨ଟାରେ କାର୍ଯ୍ୟକ୍ରମ ଶେଷ ହେବ । ଭୂମି ପୂଜନ ପାଇଁ ଶୁଭ ମୁହୂର୍ତ୍ତ ରହିଛି ଦିନ ୧୨ଟା ୧୫ ।

ସେପଟେ ଭୂମି ପୂଜନ ପ୍ରସ୍ତୁତିକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମୀକ୍ଷା କରିଛନ୍ତି । ଲକ୍ଷାଧିକ ଭକ୍ତ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଥିବା ବେଳେ କେବଳ ନିମନ୍ତ୍ରିତ ସୀମିତ ଅତିଥି ହିଁ ଯୋଗ ଦେବେ । ଅନ୍ୟ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିନିଧିତ୍ୱ କରିବେ । ତେବେ ଏହି ଐତିହାସିକ ମୁହୂର୍ତ୍ତରେ ଘରେ ଶ୍ରଦ୍ଧାଳୁମାନଙ୍କୁ ଦୀପ ଜାଳିବାକୁ ଯୋଗୀ କହିଛନ୍ତି ।

Leave A Reply

Your email address will not be published.