Latest Odisha News

ଲିଙ୍ଗରାଜଙ୍କ ଜାଗର ଯାତ୍ରାକୁ ନେଇ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି

ଭୁବନେଶ୍ବର : ଆସନ୍ତା ୧ ତାରିଖରେ ପବିତ୍ର ମହାଶିବରାତ୍ରି । ଏଥିପାଇଁ ଲିଙ୍ଗରାଜ ମନ୍ଦିରରେ ଜାଗର ପାଳନ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଦୁଇ ଦୁଇଟି ସମନ୍ବୟ ବୈଠକ ସହ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ଼ର ସେବାୟତଙ୍କୁ ନେଇ ପୃଥକ ଆଲୋଚନା ହୋଇଛି ।

BjdElectrycity

ସେପଟେ ଜାଗର ପାଳନ ଦାୟିତ୍ବ ବିଏମସିର ହୋଇଥିବାରୁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରାଯାଉଛି । ଶ୍ରଦ୍ଧାଳୁଙ୍କ ଭିଡକୁ ଦୃଷ୍ଟିରେ ରଖି ବ୍ୟାରିକେଟିଂ, ଟ୍ରାଫିକ, ମନ୍ଦିରର ଅଲୋକୀକରଣ ଆଦି ସହ ସାନିଟାଇଜର ବ୍ୟବସ୍ଥା କରାଯାଉଛି । ଭକ୍ତଙ୍କ ପାଇଁ ପାନୀୟ ଜଳର ସୁବିଧା ସାଙ୍ଗକୁ ଲକ୍ଷଣ ଥିବା ବ୍ୟକ୍ତି ବିଶେଷଙ୍କ ଟେଷ୍ଟିଂ ବ୍ୟବସ୍ଥା କରାଯାଉଛି । ଚଳିତ ବର୍ଷ କିଭଳି ସୁରୁଖୁରୁରେ ଜାଗର ପାଳନ ହେବ ସେଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛି ବିଏମସି ।

Comments are closed, but trackbacks and pingbacks are open.