Latest Odisha News

BREAKING NEWS

ମାର୍ଚ୍ଚରେ ଦ୍ବାଦଶ ବୋର୍ଡ ପରୀକ୍ଷା

ଭୁବନେଶ୍ବର : ଆସନ୍ତା ବର୍ଷ ମାର୍ଚ୍ଚରେ ହୋଇପାରେ ଦ୍ବାଦଶ ବୋର୍ଡ ପରୀକ୍ଷା । ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏଥିପାଇଁ ସବୁ ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶନାମା ଜାରି ହୋଇଛି ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚିଠି ଅନୁଯାୟୀ, ଆସନ୍ତା ଜାନୁଆରୀ ୧୦ ସୁଦ୍ଧା ତୃତୀୟ ତ୍ରୈମାସିକ ପରୀକ୍ଷା ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତ୍ରୈମାସିକ ପରୀକ୍ଷା ସାରି ପିଲାଙ୍କ ମାର୍କ ରେକର୍ଡ କରି ରଖିବାକୁ କୁହାଯାଇଛି । ଖୁବଶୀଘ୍ର ଲିଙ୍କ ଦିଆଯିବ । ଆଉ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ସେହି ଲିଙ୍କରେ ମାର୍କ ଅପଲୋଡ କରିବେ । ମାର୍ଚ୍ଚରେ ହେବାକୁ ଥିବା ଦ୍ବାଦଶ ବୋର୍ଡ ପରୀକ୍ଷାର ବିବରଣୀ ସଠିକ୍ ସମୟରେ ପ୍ରଦାନ କରାଯିବ ବୋଲି ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.