Latest Odisha News

BREAKING NEWS

ଚର୍ଚ୍ଚାରେ ଦୁଇ ସମଲିଙ୍ଗୀ ଯୁବକଙ୍କ ବିବାହ

ହାଇଦ୍ରାବାଦ: ହାଇଦ୍ରାବାଦରେ ଦୁଇ ସମଲିଙ୍ଗୀ ଯୁବକଙ୍କ ବିବାହ ଏବେ ଚର୍ଚ୍ଚାର କାରଣ ସାଜିଛି । ଏହି ଦୁଇଜଣ ହେଲେ ଅଭୟ ଡାଙ୍ଗେ (୩୪) ଓ ସୁପ୍ରିୟୋ ଚକ୍ରବର୍ତି (୩୧) । ୮ ବର୍ଷ ପରସ୍ପରକୁ ଭଲ ପାଇବା ପରେ ଉଭୟ ଏବେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ପରସ୍ପରକୁ ମୁଦି ପିନ୍ଧାଇବା ସହ ସେମାନଙ୍କର ପଞ୍ଜାବୀ ଓ ବେଙ୍ଗଲୀ ପ୍ରଥାରେ ମେହେନ୍ଦୀ, ହଳଦୀ ଉତ୍ସବ ଓ ସଙ୍ଗୀତ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେଲେଙ୍ଗାନାର ଏହା ପ୍ରଥମ ସମଲିଙ୍ଗୀ ବିବାହ ।

୨୦୧୮ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରିଛନ୍ତି । ତେବେ ଏ ପର୍ଯ୍ୟନ୍ତ ଏହାକୁ ପଂଜୀକରଣ ପାଇଁ ଅନୁମତି ମିଳି ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଭୟଙ୍କ ପରିବାର ଏହି ବିବାହକୁ ସ୍ୱୀକୃତି ଦେଇଛନ୍ତି । ଭଲ ପାଇବାର ଅନେକ ରଙ୍ଗ ଅଛି । ଅଭୟ ଓ ସୁପ୍ରିୟୋ ପରସ୍ପର ପ୍ରତି ଉତ୍ସର୍ଗୀକୃତ ମନୋଭାବ ସହ ଏଥିରେ ଆଉ ଏକ ରଙ୍ଗ ଭରିଛନ୍ତି ।

Leave A Reply

Your email address will not be published.