Latest Odisha News

BREAKING NEWS

ଜୋରସୋରରେ ଚାଲିଛି ତିନି ରଥ ନିର୍ମାଣ କାର୍ଯ୍ୟ

ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଆଉ ମାତ୍ର କିଛି ଦିନ ରହିଲା । ଏଥିପାଇଁ ଜୋରସୋରରେ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ପାଖାପାଖି ୯୦ ପ୍ରତିଶତ କାର୍ଯ୍ୟ ଶେଷ ହେଲାଣି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ସେବାୟତଙ୍କ ନିଷ୍ଠା ଯୋଗୁ ସବୁ କାର୍ଯ୍ୟ ସୂଚାରୁ ରୂପେ ଚାଲିଛି । ଆସନ୍ତ ୯ ତାରିଖ ସୁଦ୍ଧା ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ହେବ । ରଥଯାତ୍ରା ଅୟୋଜନ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ପରେ ଏଭଳି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ।

ରଥଯାତ୍ରାକୁ ସୁରୁଖୁରୁରେ ଅୟୋଜନ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଟାହିଆ ଠାରୁ ନୀତିକାନ୍ତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଶେଷ ହୋଇଛି । ଆସନ୍ତା ୫ ତାରିଖ ପୂର୍ବରୁ ଏକ ଛତିଶା ନିଯୋଗ ବୈଠକ ବସିବ । ଯଦି କିଛି ପ୍ରସ୍ତାବ ଆସେ ତେବେ ଏନେଇ ପଦକ୍ଷେପ ନେବ ଶ୍ରୀମନ୍ଦିର ପ୍ରଶାସନ । ସେହିପରି ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ରଥଯାତ୍ରା ଅୟୋଜନ ହେଉଥିବାରୁ ରଥଟଣାରେ ସାମିଲ ହେବେ ସେବାୟତ । ଖରାକୁ ନଜରରେ ରଖି ଯେଉଁଠାରେ ରଥ ପ୍ରତିଷ୍ଠା ହେବ ସେହିଠାରେ ଓ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ହ୍ବାଇଟ୍ ରିଫ୍ଲେକ୍ଟ ପେଣ୍ଟ ଲଗାଯିବ । ପାନୀୟ ଜଳ ଓ ପାଣି ସିଞ୍ଚନ ବ୍ୟବସ୍ଥା କରାଯିବ । ସେହିପରି ବଡ଼ଦାଣ୍ଡର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ବିଭାଗର ଟିମ୍ ରହି ସ୍ବାସ୍ଥ୍ୟ ସେବା ଯୋଗାଇବେ । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଓ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଗୁଣ୍ଡିଚା ମନ୍ଦିର ପରିଦର୍ଶନ କରିଛନ୍ତି । ତିନି ରଥ ଗୁଣ୍ଡିଚା ଘରେ ଲାଗିବା ପରେ କିଭଳି ସୁରୁଖୁରୁରେ ସବୁ କାର୍ଯ୍ୟ ସମ୍ପାଦନ କରାଯିବ, ସେନେଇ ସମୀକ୍ଷା କରାଯାଇଛି ।

Leave A Reply

Your email address will not be published.