Latest Odisha News

BREAKING NEWS

କୋଭିଡ କଟକଣାରେ ପାଳନ ହେବ ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି

ଭୁବନେଶ୍ବର : ମହାପ୍ରଭୁ ଲିଙ୍ଗରାଜଙ୍କ ମହାଶିବରାତ୍ରି ନେଇଅନୁଷ୍ଠିତ ହୋଇଛି ଟ୍ରଷ୍ଟ ବୋର୍ଡର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥର ମଧ୍ୟ ଗତବର୍ଷ ଭଳି କୋଭିଡ କଟକଣାରେ ପାଳନ ହେବ ମହାଶିବରାତ୍ରି । ରାତି ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ । ଶାନ୍ତି ଶୃଙ୍ଖଳାର ସହ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ ହୋଇଛି । ଟ୍ରଷ୍ଟବୋର୍ଡ ସଭାପତି ତଥା ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

BjdElectrycity

ସେହିପରି ନିଯୋଗ ମାନଙ୍କ ଦାବି ନେଇ ଆଲୋଚନା ହୋଇଛି । ଯେଉଁ ସବୁ ସମସ୍ୟା ରହିଛି, ତାହାକୁ ଆଲୋଚନା କରି ସମାଧାନ କରିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାୟିତ୍ବ ଦିଆଯାଇଛି । ଏହାସହ ଭକ୍ତଙ୍କ ପ୍ରବେଶ ନେଇ ପୁଣି ଥରେ ଆଲୋଚନା ହେବ । କୋଭିଡ ଗାଇଡଲାଇନ୍ ଅନୁସାରେ ମହାଶିବରାତ୍ରି ପାଇଁ ବୈଠକରେ ସବିଶେଷ ଭାବେ ଆଲୋଚନା ହୋଇଛି ।

Comments are closed, but trackbacks and pingbacks are open.